ଅପରାଧ କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ Angul OnlineApril 3, 2023April 3, 2023 ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ ଯୁବକଙ୍କୁ ଗିରଫ କରିଛି ପାଲଲହଡା ପୁଲିସ । ସୂଚନା ଅନୁସାରେ , ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପାଳଲହଡା ପୁଲିସ ଜାତୀୟ ରାଜପଥ ୧୪୯ କନ୍ତଲା ଗ୍ରାମ ନିକଟରେ ଉକ୍ତ ଗାଡିକୁ କାବୁ କରିଥିଲେ । ଏବଂ ଗାଡିରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ସେହିପରି ଅନ୍ୟ ଏକ କାରରେ ଥିବା ୩ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା । ଗାଡି ଯାଞ୍ଚ ବେଳେ ଇଣ୍ଡିଗୋ କାରରୁ ୫୨ କେଜି ଗଞ୍ଜେଇ ବାହାରିଥିଲା । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ପଚରାଉଚୁରା ବେଳେ ଉକ୍ତ ଗଞ୍ଜେଇ ଛେଣ୍ଡିପଦା ଅଞ୍ଚଳରୁ କେନ୍ଦୁଝର ଅଞ୍ଚଳକୁ ଚୋରାଚାଳାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ପୁଲିସ ଘଟଣାରେ ସମ୍ପୃକ୍ତ ୪ ଜଣ ଯୁବକ ଦୀପକ ସାହୁ , ସଲିଲ ସାହୁ , ବୁବୁନ କୁମାର ବେହେରା , ଏବଂ କାଳିଆ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ , ଏମାନେ ସମସ୍ତେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବୋଲି ଜଣା ପଡ଼ିଛି । Advertisement
ଚୋରା କୋଇଲା ଜବତ – ୧୪ ଜଣ ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର । ବୁଧବାର…
ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର…
ମହିଳା ବ୍ଯବସୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ଅନୁଗୋଳ – ଅନୁଗୋଳ ସହରରେ ଲୁଟ୍ , ଛିନତାଇର ଆତଙ୍କ ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଏଭଳି…