ଅପରାଧ ମାଉଜର ଦେଖାଇ ଟଙ୍କା ଲୁଟ ଅଭିଯୋଗ Angul OnlineAugust 13, 2022August 13, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ସୁନାଖଣି , ବିକସର ପାଖରେ ଆଜି ସକାଳେ ଜଣେ ଔଷଧ ବିକ୍ରେତାଙ୍କୁ ମାଉଜର ଦେଖାଇ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ସୁସୁଡା ଗାଁର ସୁଧାଂଶୁ ସାହୁ ନାମକ ଜଣେ ବ୍ୟକ୍ତି କଣିହାଁ ଅଞ୍ଚଳର କିଛି ଔଷଧ ଦୋକାନରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ । ସେ ମୋଟରସାଇକେଲରେ ଆସୁଥିବା ବେଳେ ବିକସର ନିକଟରେ ଦୁଇଜଣ ଦୁର୍ବୃତ୍ତ ମୋଟାରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ମାଉଜର ଦେଖାଇ ତାଙ୍କ ନିକଟରୁ ୨୦ ହଜାର ଟଙ୍କା ଲୁଟି ନେଇ ପଳାଇ ଯାଇଥିଲେ । ଏ ନେଇ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଳଚେର ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଦୁଇ ଡକାୟତି ଉଦ୍ୟମ ପଣ୍ଡ – ଆଠ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଓ ଅନୁଗୁଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଟି ଡକାୟତ ଗ୍ୟାଙ୍ଗକୁ ପୁଲିସ କାବୁ…
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
ହତ୍ୟାକାରୀ ବାପା ଓ ଦୁଇ ପୁଅଙ୍କୁ ଆଜୀବନ କରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଜିଲ୍ଲା ଦୌରା…