ମୁଖ୍ୟ ଖବର ପୋଖରୀରେ ବୁଡି ବାଳକ ମୃତ୍ୟୁ Angul OnlineMay 7, 2021May 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ପାଣିରେ ବୁଡି ଗାଁର ଜଣେ ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ହମାମିରା ଗ୍ରାମର ସୁଶୀଳ ସାହୁଙ୍କ ପୁଅ ସୁନୀଲ ଦିନ ପ୍ରାୟ ସାଢେ଼ ୧୧ଟା ବେଳକୁ ଗ୍ରାମରେ ଥିବା ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ପୋଖରୀ ହୁଡ଼ାରେ ସୁନୀଲଙ୍କ ପୋଷାକ ଓ ଚପଲ ପଡିଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଫଳରେ ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ପରେ ତା ଭିତରୁ ସୁନୀଲକୁ ଉଦ୍ଧାର କରାଯାଇଥିଲା । ସୁନୀଲକୁ ତୁରନ୍ତ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । Advertisement
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…
ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର…
ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ – ଦୁଇ ଗୋଷ୍ଠୀ ହତାହାତୀ ଅନୁଗୋଳ – ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମାଡ଼ ମାରିବା ଏବଂ ଉଭୟ ପକ୍ଷ ହାତାହାତୀ ହେବା ଘଟଣା ଚର୍ଚ୍ଚାର ବିଷୟ…