ମୁଖ୍ୟ ଖବର ପୋଖରୀରେ ବୁଡି ବାଳକ ମୃତ୍ୟୁ Angul OnlineMay 7, 2021May 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ପାଣିରେ ବୁଡି ଗାଁର ଜଣେ ୧୦ବର୍ଷ ବାଳକର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ହମାମିରା ଗ୍ରାମର ସୁଶୀଳ ସାହୁଙ୍କ ପୁଅ ସୁନୀଲ ଦିନ ପ୍ରାୟ ସାଢେ଼ ୧୧ଟା ବେଳକୁ ଗ୍ରାମରେ ଥିବା ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ପୋଖରୀ ହୁଡ଼ାରେ ସୁନୀଲଙ୍କ ପୋଷାକ ଓ ଚପଲ ପଡିଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଫଳରେ ପୋଖରୀ ମଧ୍ୟରେ ଖୋଜାଖୋଜି କରିବା ପରେ ତା ଭିତରୁ ସୁନୀଲକୁ ଉଦ୍ଧାର କରାଯାଇଥିଲା । ସୁନୀଲକୁ ତୁରନ୍ତ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । Advertisement
ଜାଲ ପ୍ରମାଣପତ୍ରରେ ପିଇଟି ଚାକିରି ଘଟଣା – ମହିଳା ପିଇଟି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଅନୁଗୁଳ ଥାନାରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ…
ପୁଲିସକୁ ଆଣ୍ଠେଇ ଦେବାକୁ ଧମକ ଦେଇ ମେଲୋଡି କାର୍ଯ୍ୟକ୍ରମ କରିବା ପଡିଲା ମହଙ୍ଗା – ଥାନାରୁ ଜିମାରେ ଗଲେ କର୍ମକର୍ତ୍ତା ଅନୁଗୁଳ – ନିୟମକୁ ବେଖାତିର କରି ବିଳମ୍ବିତ ରାତି ଯାଏ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା । ଏପରିକି ପୁଲିସ ଯାଇ ମେଲୋଡି ବନ୍ଦ କରିବାକୁ କହିବା ସତ୍ୱେ…
ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ ଅନୁଗୋଳ – ଜୀବନସାଥୀ ଖୋଜି ଦେବାକୁ ଜିଲ୍ଲାପାଳଙ୍କୁ ଆବେଦନ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଏଭଳି ଆବେଦନ କରିଛନ୍ତି ଜଣେ ଦିବ୍ୟଙ୍ଗ ଯୁବକ ।…