ମୁଖ୍ୟ ଖବର ଟ୍ରକ ଧକ୍କାରେ ଜଣେ ମୃତ Angul OnlineAugust 27, 2021August 27, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଅଜୟ ପାତ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟ ପାତ୍ର ତାଙ୍କ ମୋଟରସାଇକେଲ (ଓଡ଼ି ୦୯ ଜେ ୮୬୫୫)ରେ ଆଜି ଦିନ ୨ଟା ବେଳେ ବହ୍ଲର ଛକ ପାଖରୁ ତାଳଚେର ଆଡ଼କୁ ଆସୁଥିଲେ । ତେବେ ସେ ଭାରସାମ୍ୟ ହରାଇ ପବିତ୍ର ମୋହନ ଛକ ନିକଟରେ ହଠାତ ପଡ଼ି ଯାଇଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ଅଜୟଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଥିଲେ । ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ବୁଝାସୁଝା କରିବା ପରେ ରାସ୍ତାରୋକ ହାତିଥିଲା । ଧକ୍କା ଦେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣା ପଡିଛି । Advertisement
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…
ଅଗ୍ନିକାଣ୍ଡରେ ନବସନ୍ଦା କାର୍ଯ୍ୟାଳୟ ଭସ୍ମୀଭୂତ ଛେଣ୍ଡିପଦା – ଜଳିଗଲା ନବସନ୍ଦାମାନଙ୍କ କାର୍ଯ୍ୟାଳୟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ତହସିଲ ଅଫିସ ନିକଟରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ଭୋର ୩ ଟା ସମୟରେ ଅଗ୍ନିକାଣ୍ଡ…
ଜାପାନରେ ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର ଅନୁଗୁଳ – ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଯୁବ ବିଜ୍ଞାନୀ ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ…