ଆଞ୍ଚଳିକ ନଦୀରେ ବୁଡି ମହିଳା ନିଖୋଜ Angul OnlineAugust 27, 2021August 27, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ମହିଳା ଜଣକ ହେଲେ କଇଁଛପଦା ଗାଁର ପ୍ରଦୀପ ଦେହୁରୀଙ୍କ ସ୍ତ୍ରୀ ଚାରୁ ଦେହୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାରୁ ଦେହୁରୀ ଦିନ ୧୨ ଟା ବେଳେ ନଦୀକୁ ଗାଧୋଇବାକୁ ଆସିଥିଲେ । ଗାଧୋଇବା ବେଳେ ଗଭୀର ନଦୀ ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଟିକିରା ନଦୀରେ ନିଖୋଜ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ଦୀର୍ଘ ୬ଘଣ୍ଟା ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ ସନ୍ଧାନ ମିଳି ପାରି ନାହିଁ । Advertisement
ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ସମ୍ପନ୍ନ,ଲକ୍ଷାଧିକ ଭକ୍ତଙ୍କ ସମାଗମ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଲକ୍ଷାଧିକ ଜନସମାଗମରେ…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା…