ଅନୁଗୁଳ ଡାଇରିମୁଖ୍ୟ ଖବର ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ Angul OnlineFebruary 28, 2021February 28, 2021 ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।କେବଳ ଏତିକି ନୁହଁ, ରବିବାର ଅନୁଗୁଳ ସହରର ତାପମାତ୍ର ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫେବୃୟାରୀ ମାସରେ ଅନୁଗୁଳ ସହରରେ ଏତେ ଅଧିକ ତାପମାତ୍ରା କେବେ ରେକର୍ଡ଼ କରାଯାଇ ନ ଥିଲା । କେବଳ ରବିବାର ନୁହଁ, ଗତ କିଛି ଦିନ ହେଲା ସହରରେ ଅସହ୍ୟ ଗରମ ଅନୁଭୁତ ହେଉଛି । ଶନିବାର ଅନୁଗୁଳ ସହରର ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ୩୮.୧ ଡିଗ୍ରୀ ରେକର୍ଡ଼ ହୋଇଥିଲା । Advertisement
ଭିଜନ -୨୦୨୩ , ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ ହେବ ଅନୁଗୁଳ – ଆସନ୍ତା ୨୦୨୩ ମସିହାରେ ଅନୁଗୁଳ ଜିଲ୍ଲା ୩୦ବର୍ଷରେ ପଦାର୍ପଣ କରିବ । ଆଉ ଏହି ୨୦୨୩ ବେଳକୁ ଅନୁଗୁଳ ଏକ ଅଗ୍ରଣୀ ଜିଲ୍ଲା ଭାବେ…
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…
ଜିଲ୍ଲା ପୋଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସ॰ଆଇ॰ ଓ ଏ॰ଏସ॰ଆଇ॰ ସ୍ତରରେ ଅଦଳବଦଳ କରା ଯାଇଛି । ଅନୁଗୁଳ ଏସ॰ପି॰ ଜଗମୋହନ ମୀନାଙ୍କ ନିର୍ଦେଶକ୍ରମେ ଜିଲ୍ଲାର ୧୫…