ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର Angul OnlineJune 27, 2022June 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ସୁରଭି ଗ୍ରାମର ସଂସାରୀ ପେଣ୍ଠୋଇ ଓ ସ୍ତ୍ରୀ ରିଲି ପେଣ୍ଠୋଇ ଦୁଇ ପୁଅକୁ ଧରି ଶ୍ୱଶୁର ଘରୁ ଗ୍ରାମକୁ ଫେରୁଥିଲେ । ବଅଁରପାଳ ମେଡିକାଲ ସମ୍ମୁଖ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ରିଲିଙ୍କ ଉପରେ ଚଢି ଯାଇଥିଲା । ରାସ୍ତାଘାଟ ଶୂନଶାନ ଥିବାରୁ ଧକ୍କା ଦେଇ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକ ପହଁଞ୍ଚିବା ପରେ ଆହତ ମାନଙ୍କୁ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସମସ୍ତେ ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତର ରିଲିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…