ମୁଖ୍ୟ ଖବର ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ Angul OnlineFebruary 25, 2023February 25, 2023 ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ । ହଠାତ ତାଙ୍କ ଜଙ୍ଘରେ କିଛି ଗରମ ଲୁହା ବାଜିଥିଲା । ସୁବାସ ଚମକି ଦେଖିବା ବେଳକୁ ଏହା ଏକ ବନ୍ଧୁକର ଗୁଳି ଥିଲା । ଏହି ଖବର ଗାଁରେ ପ୍ରଚାର ପରେ ଗାଁ ଲୋକ ଭୟଭୀତ ହୋଇ ପଡ଼ିଥିଲେ । ପ୍ରକାଶ ଯେ, ଗତ ୨୦୧୯-୨୦ ମସିହାରେ ଏଭଳି ଗୁଳି ଜଣେ ବୃଦ୍ଧାଙ୍କ ଛାତିରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ । ତେବେ ଆଜି ପୁଣି ଏଭଳି ଗୁଳି ପଡିବା ପରେ ଗାଁ ଲୋକ ଭୟଭୀତ ହୋଇ ପଡିଛନ୍ତି । ସୂଚନା ଅନୁସାରେ ସରଧାପୁର ଫାୟାରିଂ ରେଞ୍ଜରେ ଗତ ୩ଦିନ ଧରି ଗୁଳି ଚାଳନା ଅଭ୍ୟାସ ଚାଲିଛି । ଶନିବାର ଏକ ଗୁଳି ଯାଇ ସୁବାସ ସାହୁଙ୍କ ଜଙ୍ଘରେ ବାଜିଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ ସୁବାଷଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭକରି ଗୁଳିକୁ ଜବତ କରିଛି । ବାରମ୍ବାର ଅନୁରୋଧ ପରେ ମଧ୍ୟ ପୁଲିସ ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟରେ ଥିବା ଏହି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି । ଏ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରୀଜେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶ କରିଥିଲେ ଯେ, ସେଠାରେ ଦୀର୍ଘ ୬୦/୭୦ ବର୍ଷ ଧରି ଫାୟାରିଂ ରେଞ୍ଜ ରହିଛି । ସେଠାରେ କେବଳ ଛୋଟ ଅସ୍ତ୍ରରୁ ଫାୟାରିଂ ହୁଏ । ସେଥିରୁ ଏତେ ଦୁରକୁ ଗୁଳି ଯିବାକଥା ନୁହଁ । ତେବେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପଠାଯିବ । Advertisement
ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ…
ନେହେରୁ ଶତାଦ୍ଦୀ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ…
୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ…