ମୁଖ୍ୟ ଖବର ପୁଣି ଜାତୀୟ ରାଜପଥରେ ଗଡିଲା ଆଉ ଏକ ମୁଣ୍ଡ Angul OnlineNovember 18, 2021November 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କୁଲାଡ଼ ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଜଣକ ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ବିହାରୀ ଗୋଛାୟତ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ । ଆଜି(ଗୁରୁବାର) ସେ କାମ ସାରି ଘରକୁ ଫେରୁଥିବା ସମୟରେ କୁଲାଡ଼ ଛକ ନିକଟରେ ଏକ ଟ୍ରକ୍ (ଓଡ଼ି୩୫ ସି ୨୭୪୨) ତାଙ୍କ ସ୍କୁଟରକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିହାରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ । ପ୍ରାୟ ସନ୍ଧ୍ୟା ଯାଏ ରାସ୍ତାରୋକ ଲାଗି ରହିଥିବା ବେଳେ ବୁଝାସୁଝା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଥିଲା । Advertisement
ଦୁର୍ନୀତିଗ୍ରସ୍ତଙ୍କ ଡେପୁଟି କଲେକ୍ଟରଙ୍କୁ ୫ଟି ଛାଟ – ବାଧ୍ୟତାମୂଳକ ଅବସର ପାଇଁ ନିର୍ଦେଶ ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…
ପୁଣି ହାତୀ ନେଲା ଆଉ ଏକ ଜୀବନ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ବନ୍ତଳା ଥାନା ମରଣ୍ଡା ଗାଁରେ ଆଜି ସକାଳୁ ଏହି ଅଘଟଣ…