ଆଞ୍ଚଳିକ ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ Angul OnlineNovember 18, 2021November 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ ଏକ ମୋଟରସାଇକେଲ୍ ଶୋଭାଯାତ୍ରାରେ ଆସି ତାଳଚେର ସହରରେ ଏକ ଶୋଭାଯାତ୍ରା କରି ମନ୍ତ୍ରୀ ପ୍ରଧାନଙ୍କ ଘର ଆଗରେ ନୋ କ୍ଲିଅରାନ୍ସ ଟ୍ୟାଗ ହଟାଇବା ଦାବିରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ବିକ୍ଷୋଭ ରେ ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ହେଲା ଯେ ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଂସ୍ଥା ଏନଆଇଓଅସ ରେ ୨ ବର୍ଷୀୟା ଡିଇଏଲଇଡି କୋର୍ସ କରିଥିଲେ । ଏଥିପାଇଁ ପ୍ରତ୍ୟେକ ୧ ଲକ୍ଷ ରୁ ଅଧିକ ଖର୍ଚ୍ଚାନ୍ତ ହୋଇ ପାଠ ପଢିବା ପରେ ପାସ କରିଥିଲେ । କିନ୍ତୁ ସେମାନଙ୍କୁ ସାର୍ଟିଫିକେଟ ନ ଦେଇ ନୋ କ୍ଲିଅରାନ୍ସ ଟ୍ୟାଗ ଲଗାଇ ଦିଆ ଗଲା । ସେଥିପାଇଁ ଶିକ୍ଷକ ମାନଙ୍କର ଚାକିରୀ ଯିବାର ଭୟ ରହିଛି । ଦୀର୍ଘ ୨ ବର୍ଷ ହେଲା ଏଭଳି ଅବସ୍ଥା ଲାଗି ରହିଥିବା ବେଳେ ସରକାର ଏହାର ଭ୍ରୂକ୍ଷେପ କରୁ ନାହାନ୍ତି । ଏହାର ପ୍ରତିବାଦରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଘର ଆଗରେ ପ୍ରତିବାଦ କରିବା ସହ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । Advertisement
ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ଭେଟିଲେ ପିସିସି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରୁ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହିରେ ହାତୀ…
ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ…
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…