ଆଞ୍ଚଳିକ ମା’ ବାସନ୍ତୀଙ୍କ ପୂଜା ଅନୁଷ୍ଠିତ Angul OnlineApril 18, 2021April 18, 2021 ଅନୁଗୁଳ – ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗାଙ୍କର ଆଜି ଷଷ୍ଠୀ ପୂଜା ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ଲାଗି ରହିଥିବା ମହାମାରୀ କରୋନା ଯୋଗୁଁ କୋଭିଡ ଗାଇଡ଼ ଲାଇନ ଅନୁସାରେ ନିରାଡ଼ମ୍ବର ଭାବରେ ମା‘ଙ୍କର ଏହି ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜା ହେଉଥିବା କମିଟିର ସଭାପତି ଶ୍ରୀ ଶକ୍ତି ପ୍ରସାଦ ପଟ୍ଟନାୟକ ,ଉପଦେଷ୍ଟା ପ୍ରଦୀପ କୁମାର ଦେବତା ସୂଚନା ଦେଇଛନ୍ତି । ଚଳିତ ବର୍ଷ ନିରାଡମ୍ବର ଭାବେ ଏହି ପୂଜା ହେଉଥିବା ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ ନାହିଁ । ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୟାଦଶମୀ ଗୁରୁବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତ ଶ୍ରଦ୍ଧାଳୁ କୋଭିଡ ଗାଇଡ଼ ଲାଇନ ଅନୁସାରେ ଦର୍ଶନ କରିବାକୁ ପୂଜା କମିଟି ତରଫରୁ ଅନୁରୋଧ କରାଯାଇଛି । Advertisement
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
ମା’ବାୟାଣୀ ଯାତ୍ରା ସମ୍ପନ୍ନ – ଦୁଇ ବର୍ଷ ପରେ ଯାତ୍ରାରେ ଜନ ସମାଗମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ପାତ୍ରପଡା ଗ୍ରାମର ମା’ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଶୃଙ୍ଖଳାର ସହ ରବିବାର ଗ୍ରାମବାସୀଙ୍କ…
ଗାନ୍ଧୀଜୀଙ୍କ ଅନୁଗୁଳ ଆଗମନର ପୂର୍ତ୍ତି ପାଳିତ ଅନୁଗୁଳ – ୧୯୩୪ ମସିହା ମଇ ୬ ତାରିଖରେ ମହାତ୍ମା ଗାନ୍ଧୀ ବିହାରର ରାଜଧାନୀ ପାଟଣା ଠାରୁ ବାହାରି ଝାରସୁଗୁଡା, ସମ୍ବଲପୁର, ବାମୁର ହୋଇ ଅନୁଗୁଳ ଠାରେ…