ଆଞ୍ଚଳିକ ରାସ୍ତା ନିର୍ମାଣ ଦାବିରେ ବିକ୍ଷୋଭ Angul OnlineAugust 18, 2021August 18, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ବାଲିପଟା-ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏଥିପାଇଁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଆଜି(ବୁଧବାର) ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଦାବି କରି ଏସୟୁସିଆଇ(କମ୍ୟୁନିଷ୍ଟ)ର ମିଳିତ ସହଯୋଗରେ ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ବଙ୍ଗଳାଠାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସୟୁସିଆଇ(କମ୍ୟୁନିଷ୍ଟ) ଛେଣ୍ଡିପଦା ଆଞ୍ଚଳିକ କମିଟି ସମ୍ପାଦକଙ୍କ ପରିଚାଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଗ୍ରାମ କମିଟିର କିଶୋରୀ ପ୍ରଧାନ, ବୀରବର ମାଝୀଙ୍କ ସମେତ ଯୁବ ନେତା ମାନସ ପାଳ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ସରକାରଙ୍କ ପ୍ରଚାର ସର୍ବସ୍ୱ ଯୋଜନାକୁ ସମାଲୋଚନା କରିବା ସହିତ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ଗ୍ରାମରେ ଥିବା ଏକମାତ୍ର ବିଦ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଯାଇଛି । ବାରମ୍ବାର ଶିକ୍ଷା ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଥିପାଇଁ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଯଥାଶୀଘ୍ର ଦାବି ପୂରଣ କରିବାକୁ ଅନୁରୋଧ କରାଯାଇଛି । Advertisement
ଅଷ୍ଟପ୍ରହର ନାମ ଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଅନୁଗୋଳ – ଅନୁଗୋଳ ଜିଲ୍ଲା ତଳମୂଳ ନୂଆସାହିରେ ଅନୁଷ୍ଠିତ ହୋଇଆସୁଥିବା ଅଷ୍ଟପ୍ରହର ଅଖଣ୍ଡ ନାମଯଜ୍ଞର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଚଳିତ ବର୍ଷ ୨୪ ତାରିଖ ଠାରୁ…
କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁରୁଡୁଲୁ ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ଜଣା ପଡିଛି…
ବଢୁଛି ସଂକ୍ରମଣ – ଶିକ୍ଷକ ମଧ୍ୟ ବୁଲି ବୁଲି କରିବେ ସଚେତନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଲକଡାଉନ ଓ ସପ୍ତାହନ୍ତ ସଟଡାଉନ କରାଯାଇଥିବା ବେଳେ ଅନେକ ଅମାନିଆ ଏହାକୁ ମାନୁ…