ଆଞ୍ଚଳିକ ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ Angul OnlineDecember 2, 2022December 2, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବର ପାଇ, ରେଞ୍ଜର ବନବିଭାଗ ଅଧିକାରୀ ଏସିଅଫ ଗୌରୀଶଙ୍କର ଦାସ, ଫରେଷ୍ଟର ଦୀପ୍ତିରଞ୍ଜନ, ରେଞ୍ଜ ଅଫିସର ମାଧପୁର ସନ୍ତୋଷ କୁମାର ଭୋଇ,ବିଶ୍ୱାଳ, ଡି ଏଫ ଓ ଏସ. ଆନନ୍ଦ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀଟି ଗତ ଦୁଇ ଦିନ ତଳୁ ମରିଥିବାର ଅନୁମାନ କରାଯାଉଛି । ତେବେ ହାତୀଟିକୁ କୌଣସି ଶିକାରୀ ଗୁଳି କରିଥିବାର ସନ୍ଦେହ କରା ଯାଉଛି । ଶବ ବ୍ୟବଚ୍ଛେଦ ପରେ ଅଧିକ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । Advertisement
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…
ନାବାଳିକା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଦାବିରେ ଜିଲ୍ଲା କଂଗ୍ରେସର ଗଣଧାରଣା ଅନୁଗୁଳ – ଗତ ୭ ତାରିଖ ଦିନ ଅନୁଗୁଳ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଳୁଅକଟା ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଯାଇଥିବା…
ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ…