ମୁଖ୍ୟ ଖବର ଦୁର୍ଘଟଣାରେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁର ତନ୍ମୟ ସାହୁଙ୍କର ବୁଧବାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ତାଙ୍କ ମୋଟରସାଇକେଲରେ ଘରୁ ବାହାରି ଯାଉଥିବା ବେଳେ ଭାଲୁଖାଇ ନିକଟରେ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆ ଯାଉଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତନ୍ମୟ କଥା କହି ପାରୁ ନଥିଲେ ମଧ୍ୟ ତାଙ୍କ ଆଚାର ଓ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କ ପାଖରେ ବେଶ ପରିଚିତ ଥିଲେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତ । କିନ୍ତୁ ଦୁର୍ଘଟଣା ଖବର ରହିଛି । ଦୁର୍ଘଟଣାର ଶୀକାର ହୋଇଥିବା ଯୁବକଙ୍କର କଟକରେ ମୃତ୍ୟୁ ହୋଇଥିବା ଖବର ଆସିଥିବା ସେ କହିଛନ୍ତି । Advertisement
ରେଞ୍ଜରଙ୍କ ମାଡରେ ବନ କର୍ମଚାରୀ ଗୁରୁତର ଅଭିଯୋଗ ପାଲଲହଡା – ରେଞ୍ଜରଙ୍କ ମାଡରେ ଜଙ୍ଗଲ ଜଗୁଆଳି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଗୁଆଳିଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣା…
ଅସୁସ୍ଥ ଦନ୍ତା ହାତୀର ହେଲା ଚିକିତ୍ସା ଅନୁଗୁଳ – ଅସୁସ୍ଥ ଦନ୍ତା ହାତୀକୁ କରାଯାଇଛି ଟ୍ରାଙ୍କୁଲାଇଜ । ଟ୍ରାଙ୍କୁଲାଇଜ ପରେ ନନ୍ଦନକାନନ , ଢେଙ୍କାନାଳ ଓ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରୁ ଆସିଥିବା ପ୍ରାଣୀ ଚିକିତ୍ସକ…
ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ…