ମୁଖ୍ୟ ଖବର କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାର କେଇ ଘଣ୍ଟା ପରେ ଫଳକ ହେଲା ଭଙ୍ଗାଋଜ୍ଜା Angul OnlineSeptember 25, 2023September 25, 2023 ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଆସି ଫଳକ ଉଦଘାଟନ କରିବାର କିଛି ଘଣ୍ଟା ପରେ ଶହୀଦ ବିକା ନାଏକଙ୍କ ସମ୍ପର୍କୀୟ ଫଳକ ଭଙ୍ଗିଦେଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ମନ୍ତ୍ରୀ ଆଜି କଣିହାଁ ବ୍ଲକ ଚନ୍ଦ୍ରବିଲ ଗାଁକୁ ଯାଇଥିଲେ । ସେଠାରେ ସେ ଏକ ଶହୀଦ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ । ତେବେ ସେ ଏହି ଫଳକ ଉନ୍ମୋଚନ କରି ଆସିବାର କେଇ ଘଣ୍ଟା ପରେ ଫଳକ ଭଙ୍ଗାରୁଜା କରାଯାଇଛି । ଫଳକରେ ଅନେକ ସହିଦଙ୍କ ନାମ ରହିଥିବା ବେଳେ କଣିହାଁର ପ୍ରଥମ ସହିଦ ବିକା ନାଏକଙ୍କ ନାମ ନାହିଁ । ଏହାକୁ ନେଇ ପରିବାର ଲୋକ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ତେବେ ସନ୍ଧ୍ଯାରେ କେହି ଏହି ଫଳକକୁ ଭାଙ୍ଗି ଦେଇଛି । ବିକା ନାଏକଙ୍କ ନାମ ନଥିବାରୁ ଫଳକ ବିକା ନାଏକଙ୍କ ସମ୍ପର୍କୀୟ ଏହି ଫଳକ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଚନ୍ଦ୍ରବିଲ ଗ୍ରାମ ନିକଟରେ ସିଙ୍ଗିଡା ନଦୀ ବାଲିରେ ଇଂରେଜ ମାନଙ୍କ ଜିପ୍ ଅଟକି ଯିବାରୁ ସେଠାରେ ବିକା ନାଏକଙ୍କ ଗାଡ଼ିକୁ ପେଲି ବାହାର କରିବାପାଇଁ କହିଥିଲେ । କିନ୍ତୁ ବିକା ନାଏକ ସଗର୍ବରେ କହିଲେ , “ପ୍ରଜାମଣ୍ଡଳର ନିର୍ଦ୍ଦେଶ ଅଛି ଆମେ ଆଉ ବେଠି ଖଟିବୁ ନାହିଁ।” ଏଥିପାଇଁ ବେଜେଲଗେଟ ଗୁଳି ମାରି ବିକା ନାଏକଙ୍କୁ ହତ୍ୟା କରିଥିଲେ । ଆଉ ସହିଦ୍ ହୋଇଗଲେ ବୀର ଯୁବକ ବିକା ନାଏକ । ଏଭଳି ଜଣେ ବୀରଙ୍କ ଗାଁରେ ଶହୀଦଙ୍କ ଫଳକ ଲଗା ଗଲା କିନ୍ତୁ ବିକା ନାଏକଙ୍କ ନାମ ରହିଲା ନାହିଁ । ଏଥିପାଇଁ ପରିବାର ସମେତ ଚନ୍ଦ୍ରଵିଲ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏତାଦୃଶ କାମକୁ ନିନ୍ଦା କରିଛନ୍ତି । ତେବେ ଏହି ଫଳକରେ ସ୍ୱାଧିନତା ସଂଗ୍ରାମ ସମୟର ଶହୀଦଙ୍କ ନାମ ନୁହେଁ ବଂର ଶହୀଦ ହୋଇଥିବା କାର୍ଯରତ ଯବାନ ମାନଙ୍କ ନାମ ରହିଥିଲା । Advertisement
ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…
କୂଅରେ ପଡି ଶିଶୁ ମୃତ ଅନୁଗୁଳ – ଅନୁଗୁଳୁ ଜିଲ୍ଲା ଜରପଡା ଥାନା ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁର କୂଅରେ ପଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଶୁକ୍ରବାର…