ଅପରାଧ ମାରଣାସ୍ତ୍ର ଓ ଟଙ୍କା ସହ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ Angul OnlineJanuary 18, 2024January 18, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଦ୍ୱାରା ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହ ଏକ ନକଲି ଖେଳନା ବନ୍ଧୁକ ଓ କିଛି ମାରଣାସ୍ତ୍ର , ୭ଟି ବାଇକ ଓ ୬ଟି ମୋବାଇଲ ଓ ୩ହଜାର ତିନି ଶହ ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ ତାଳଚେର କଣ୍ଢlଳ ଜଙ୍ଗଲ ଠାରେ ଡକାୟତି ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସୂଚନା ଅନୁସାରେ ଏହି ଡକାୟତ ଗ୍ୟାଙ୍ଗ ଜାତୀୟ ରାଜପଥରେ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଟ୍ରକ ଓ ଲୋକଙ୍କ ଠାରୁ ଟଙ୍କା ଓ ଗାଡ଼ି ଲୁଟିନେଉଥିଲେ ।ଏହି ପାଞ୍ଚଜଣିଆ ଡକାୟତ ଗ୍ୟାଙ୍ଗର ସମସ୍ତ ଅଭିଯୁକ୍ତ ତାଳଚେର ଓ ଢେଙ୍କାନାଳ ଜିଲ୍ଲାର ହୋଇଥିବା ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ତାଳଚେର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । Advertisement
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା…
ଗୋ ହତ୍ୟା ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ…
ଓଟିପି ମାଗି ୨୫ ହଜାର ଲୁଟିନେଲେ ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ…