ଅପରାଧ ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି Angul OnlineNovember 27, 2024November 27, 2024 ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ ଜବତ କରା ଯାଇଛି । ସୂଚନା ଯେ ଦିନ ଥିଲା ଛେଣ୍ଡିପଦା ବ୍ଳକ ଗଞ୍ଜେଇ ଚାଷରେ ମିନି ଆଫଗାନିସ୍ତାନ ପାଲଟିଥିବା ବେଳେ ୨୦୧୩ରେ ତତ୍କାଳୀନ ଆରକ୍ଷୀ ଅଧିକ୍ଷକ ନରସିଂହ ଭୋଳ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜେଇ ଚାଷକୁ ସମୁର୍ଣ୍ଣ ନଷ୍ଟ କରାଯାଇଥିଲା । ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଛି । ଏ ନେଇ ଜରପଡା ପୁଲିସ ଓ ଅନୁଗୁଳ ଅବକାରୀ ବିଭାଗ ଓ ଜରପଡା ବନ ବିଭାଗ ମିଳିତ ଭାବେ ନାଉପଦା, ମାଟିଗାଡ଼ିଆ, ବାଲିପଶି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆ ଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଚ୍ଚି । ନାଉପଦାରେ ଥିବା ଏକ ଗଞ୍ଜେଇ ଜମିର କୁଡ଼ିଆରୁ ମାଫିଆ ମାନେ ରଖିଥିବା ଏକ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରା ଯାଇଛି । କିଏ ଏହି ବେଆଇନ ଗଞ୍ଜେଇ ଚାଷ କରିଥିଲା ଏବଂ କିଏ ଗଞ୍ଜେଇ ଚାଷ ଜଗିବା ବେଳେ ବନ୍ଧୁକ ରଖିଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
କ୍ରେଡ଼ିଟ୍ କାର୍ଡ଼ ଆକ୍ଟିଭ କରିବା ଆଳରେ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଆକ୍ଟିଭ କରିବା ଆଳ ଦେଖାଇ ଜଣେ ବ୍ୟକ୍ତିଙ୍କ…
ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଆଜି ସକାଳ ୯ ଟା ବେଳେ ଏକ ସ୍କୁଟିରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ…
ଚୋରା ଦେଶୀ ବନ୍ଧୁକ ସହ ୪ ଗିରଫ ପାଳଲହଡା – ନିଜ ଘରେ ଚୋରା ଦେଶୀ ବନ୍ଧୁକ ରଖିବା ଅପରାଧରେ ୪ ଜଣକୁ ଗିରଫ କରିବା ସହ ପାଲଲହଡା ପିଲିସ ୪ ଟି ଦେଶୀ ବନ୍ଧୁକ…