ଅପରାଧ ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି Angul OnlineNovember 27, 2024November 27, 2024 ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ ଜବତ କରା ଯାଇଛି । ସୂଚନା ଯେ ଦିନ ଥିଲା ଛେଣ୍ଡିପଦା ବ୍ଳକ ଗଞ୍ଜେଇ ଚାଷରେ ମିନି ଆଫଗାନିସ୍ତାନ ପାଲଟିଥିବା ବେଳେ ୨୦୧୩ରେ ତତ୍କାଳୀନ ଆରକ୍ଷୀ ଅଧିକ୍ଷକ ନରସିଂହ ଭୋଳ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜେଇ ଚାଷକୁ ସମୁର୍ଣ୍ଣ ନଷ୍ଟ କରାଯାଇଥିଲା । ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଛି । ଏ ନେଇ ଜରପଡା ପୁଲିସ ଓ ଅନୁଗୁଳ ଅବକାରୀ ବିଭାଗ ଓ ଜରପଡା ବନ ବିଭାଗ ମିଳିତ ଭାବେ ନାଉପଦା, ମାଟିଗାଡ଼ିଆ, ବାଲିପଶି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆ ଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଚ୍ଚି । ନାଉପଦାରେ ଥିବା ଏକ ଗଞ୍ଜେଇ ଜମିର କୁଡ଼ିଆରୁ ମାଫିଆ ମାନେ ରଖିଥିବା ଏକ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରା ଯାଇଛି । କିଏ ଏହି ବେଆଇନ ଗଞ୍ଜେଇ ଚାଷ କରିଥିଲା ଏବଂ କିଏ ଗଞ୍ଜେଇ ଚାଷ ଜଗିବା ବେଳେ ବନ୍ଧୁକ ରଖିଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
ଗଞ୍ଜେଇ ଜବତ, ଦମ୍ପତି ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ…
ଛାତ୍ରୀ ନିବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ସ୍ଥିତ ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର…
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ସେକ୍ସ ରାକେଟ – ଚଢାଉ କଲା ସ୍ପେସିଆଲ ସ୍କ୍ବାର୍ଡ [contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର…