ଅପରାଧମୁଖ୍ୟ ଖବର ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ Angul OnlineJanuary 28, 2021January 28, 2021 ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର ଦ୍ଵାରା ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ତାର ବିଛାଉଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶିକାରୀର ଜୀବନ ଯାଇଛି । ସୂଚନା ଅନୁସାରେ ଜରପଡ଼ା ରେଞ୍ଜ ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ପଥରି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ନେଇ ଯାଇଥିଲେ । ତେବେ ଆଜି ସକାଳ ସୁଦ୍ଧା ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଆଜି ଜଙ୍ଗଲରେ ଉମାକାନ୍ତଙ୍କୁ ଖୋଜାଖୋଜି କରିଥିଲେ । ଖୋଜାଖୋଜି ବେଳେ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପଥରି ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିବା ସମୟରେ ସେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ପୁରୁଣାକୋଟ ପୁଲିସ, ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । Advertisement
ମୋବାଇଲ ଚୋରି କରିନେବା ପରେ ଆକାଉଣ୍ଟରୁ ନେଉଗଲେ ଟଙ୍କା ଅନୁଗୁଳ – ଅନୁଗୁଳ ସହରରେ ମୋବାଇଲ ଚୋରଙ୍କ ପ୍ରାଦୁର୍ଭାବ କମିବାରେ ନାଁ ନେଉ ନାହିଁ । ପ୍ରତ୍ୟେକ ଦିନ ବଜାର ଭିତରୁ କାହାର ନା କାହାର ମୋବାଇଲ…
ବିଦ୍ଯାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା ଅନୁଗୁଳ – ବିଦ୍ଯାଳୟ କ୍ଲାସରୁମ ଭିତରେ ପ୍ରଧାନଶିକ୍ଷକଙ୍କ ଆତ୍ମହତ୍ଯା । ଏଭଳି ଅଭାବନୀୟ ଘଟଣା ଘଟିଛି ଅନଗୁଳ ଜିଲ୍ଲା କିଶୋରନଗର ବ୍ଲକର ତୁରୁଡ଼ା ଉଚ୍ଚ ପ୍ରାଥମିକ…
ଜୁଆ ଆଡ୍ଡା ଉପରେ ଚଢ଼ାଉ – ୬ ଗିରଫ ୯ ମୋଟରସାଇକେଲ ଜବତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ଛେଣ୍ଡିପଦା ପୁଲିସ…