ଅପରାଧମୁଖ୍ୟ ଖବର ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ Angul OnlineJanuary 28, 2021January 28, 2021 ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର ଦ୍ଵାରା ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ତାର ବିଛାଉଥିବା ବେଳେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶିକାରୀର ଜୀବନ ଯାଇଛି । ସୂଚନା ଅନୁସାରେ ଜରପଡ଼ା ରେଞ୍ଜ ରୋଡ଼ସିଙ୍ଗା ଗ୍ରାମର ଉମାକାନ୍ତ ପ୍ରଧାନ ଗତକାଲି ସନ୍ଧ୍ୟାରେ ଗାଁ ନିକଟରେ ଥିବା ପଥରି ଜଙ୍ଗଲକୁ ବନ୍ୟଜନ୍ତୁ ଶିକାର କରିବା ପାଇଁ ବିଦ୍ୟୁତ ତାର ନେଇ ଯାଇଥିଲେ । ତେବେ ଆଜି ସକାଳ ସୁଦ୍ଧା ସେ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଆଜି ଜଙ୍ଗଲରେ ଉମାକାନ୍ତଙ୍କୁ ଖୋଜାଖୋଜି କରିଥିଲେ । ଖୋଜାଖୋଜି ବେଳେ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପଥରି ଜଙ୍ଗଲରେ ବିଦ୍ୟୁତ ତାର ବିଛାଉଥିବା ସମୟରେ ସେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ପୁରୁଣାକୋଟ ପୁଲିସ, ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । Advertisement
ଗଞ୍ଜେଇ ଜବତ, ଦମ୍ପତି ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ…
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ସେକ୍ସ ରାକେଟ – ଚଢାଉ କଲା ସ୍ପେସିଆଲ ସ୍କ୍ବାର୍ଡ [contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର…
ଚାନ୍ଦା ମାଗି ବନ୍ଧା ହେଲେ ନକଲି ସାମ୍ବାଦିକ ଅନୁଗୁଳ – ଚାନ୍ଦା ମାଗି ପୁଣି ବନ୍ଧା ହେଲେ ଜଣେ ୱେବ ପୋର୍ଟାଲର ନକଲି ସାମ୍ବାଦିକ । ଜଣେ ବ୍ରେଡ଼ ଫ୍ୟାକ୍ଟେରି ମାଲିକଙ୍କ ଠାରୁ ୧୦ ହଜାର…