ଅପରାଧ ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ Angul OnlineAugust 23, 2022August 23, 2022 ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି । ବହୁଦିନରୁ ବ୍ରାଉନ ସୁଗାର ବ୍ୟବସାୟ ଏହି ଥାନା ଅଞ୍ଚଳରେ ହେଉଥିଲେ ପୁଲିସ ଏହାର ତେର ପାଉ ନଥିଲା । କଫ୍ ସିରପ୍ ଜବତ ଘଟଣାରେ ସମଲ ପୋଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣକୁ ପୋଲିସ ଗିରଫ କରିଛି । କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୁକ୍ତ ସମଲ- ଟିପୋ ଗ୍ରାମର ଡାକ୍ତର ନାଏକ ଓ ବିଲିଣ୍ଡା ଗ୍ରାମର ଧର୍ମୁ ବେହେରା । ସେମାନଙ୍କ ଠାରୁ ୮୯ ବୋତଲ କଫ ସିରଫ୍ ଜବତ କରାଯାଇଛି । ତେବେ ପୂର୍ବରୁ ଅଭିଯୁକ୍ତ ଡାକ୍ତର ଏହି ବେଆଇନ୍ କଫ ସିରପ୍ ବିକ୍ରିରେ ୩ମାସର ଉର୍ଦ୍ଧ ସମୟ ଜେଲ୍ ଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ସେହିପରି ୫.୨୪୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନେ ହେଲେ ପରାବିଲ୍ ଗ୍ରାମର ଦେବାନନ୍ଦ ଦେହୁରୀ , ଶିପୁର ଗ୍ରାମର ଗୀରିଶ ଚନ୍ଦ୍ର ସାମଲ ଓ ସମଲ ଗ୍ରାମର ରଂଜନ କୁମାର ବେହେରା ଅଟନ୍ତି । ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଏସବୁ ଜବତ କରିଥିବା ପୁଲିସ ପ୍ରକାଶ କରିଛି । ଅଭିଯୁକ୍ତ ଉଭୟ ଘଟଣାରେ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…
ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…