ଆଞ୍ଚଳିକ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ Angul OnlineNovember 22, 2022November 22, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ । ଟାଙ୍ଗିରୀ – ପାଟକୁମୁଣ୍ଡା ରାସ୍ତାରେ ଥିବା ଏକ ଗାଡ଼ିଆରୁ ପଦ୍ମଫୁଲ ତୋଳିବାକୁ ଜୟ ପାଣିରେ ପଶିଥିଲେ । ତେବେ ଫୁଲ ତୋଳିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ସେ ଆଉ ପାଣିରୁ ବାହାରି ପାରି ନଥିଲେ । ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଥିବା ବେଳେ କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକ ଜୟଙ୍କୁ ପାଣିରେ ବୁଡି ଥିବା ଦେଖି ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ବାଗଡ଼ିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି ।…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ ପଡିବା ଘଟଣା – ଧିକାର ସଭା ସହ ସାମ୍ୱାଦିକଙ୍କ ବିକ୍ଷୋଭ ଅନୁଗୁଳ – ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କୁ ସାମିଲ କରୁଥିବା ବେଳେ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ…