ଆଞ୍ଚଳିକ ପଦ୍ମଫୁଲ ତୋଳିବାକୁ ଯାଇ ଜଣେ ମୃତ Angul OnlineNovember 22, 2022November 22, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ । ଟାଙ୍ଗିରୀ – ପାଟକୁମୁଣ୍ଡା ରାସ୍ତାରେ ଥିବା ଏକ ଗାଡ଼ିଆରୁ ପଦ୍ମଫୁଲ ତୋଳିବାକୁ ଜୟ ପାଣିରେ ପଶିଥିଲେ । ତେବେ ଫୁଲ ତୋଳିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ସେ ଆଉ ପାଣିରୁ ବାହାରି ପାରି ନଥିଲେ । ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଥିବା ବେଳେ କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକ ଜୟଙ୍କୁ ପାଣିରେ ବୁଡି ଥିବା ଦେଖି ଉଦ୍ଧାର କରିଥିଲେ । ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ବାଗଡ଼ିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ।…
ଆୟୁର୍ବେଦ ଦିବସ ପାଳିତ ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ…
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…