ମୁଖ୍ୟ ଖବର ସିଲ ହେଲା ଦୁଇ ପ୍ରମୁଖ ରାସନ ଦୋକାନ – ୨୦ ହଜାର ଟଙ୍କା ଆଦାୟ Angul OnlineMay 31, 2021May 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏବେ ବି ଜିଲ୍ଲାରେ ଲକଡାଉନ ଓ ସାପ୍ତାହନ୍ତ ସଟଡାଉନ ଚାଲୁ ରହିଛି । ତେବେ ଏହି ସମୟରେ ମଧ୍ୟ କିଛି ଅମାନିଆ ନିୟମ ମାନୁ ନାହାନ୍ତି । ସକାଳ ସମୟରେ ଜରୁରୀ ଦୋକାନ ଖୋଲା ଯାଉଥିବା ବେଳେ ଦୋକାନରେ ନାହିଁ ନଥିବା ଭିଡ ମଧ୍ୟ ହେଉଛି । ଆଉ କିଛି ଦୋକାନୀ ଲୁଛାଛପାରେ ଦୋକାନ ଖୋଲି ବେପାର କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଅନୁଗୁଳ ପୁଲିସ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରିଛି । ବଜାର ଛକରେ ଥିବା ସୁମନ ଟ୍ରେଡ଼ର୍ସ ଓ ଲକ୍ଷ୍ମୀ ଟ୍ରେଡ଼ର୍ସରେ ବ୍ୟାପକ ଭିଡ ଥିବା ଯୋଗୁଁ ଏହି ଦୁଇ ଦୋକାନକୁ ସିଲ କରି ଦିଆ ଯାଇଛି । ସେହିପରି ଅନୁଗୁଳ ବଜାରରେ ଥିବା ଶୀତଳ ପ୍ଲାଜାରେ କିଛି ଦୋକାନୀ ଦୋକାନ ଖୋଲିଥିବା ଖବର ପାଇ ପୁଲିସ ଚଢାଉ କରିଥିଲା । ସେମାନଙ୍କୁ ପୁଲିସ ତାଗିଦ କରିବା ସହ ଜୋରିମନା କରିଥିଲା । ସହରର ବିଭିନ୍ନ ସ୍ଥାନରେ ଆଜି ଚଢାଉ କରି ଏଭଳି ଅମାନିଆଙ୍କ ଠାରୁ ୨୦ ହଜାର ଟଙ୍କା ଜୋରିମନା କରିଛି । Advertisement
କ୍ଷତିଗ୍ରସ୍ତଙ୍କ ନିଯୁକ୍ତି ଦାବିରେ ଅନଶନରେ ବସିଲେ ବିଧାୟକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ…
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା…