ଆଞ୍ଚଳିକ ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର Angul OnlineMay 28, 2024May 28, 2024 ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଯୁବା ବୟସରେ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିଲା ରଘୁଙ୍କର ଖବର ସଂଗ୍ରହ ତଥା ପ୍ରସାରଣରେ ସେ ସବୁବେଳେ ଆଗ ଧାଡିରେ ରହିଆସୁଥିବା କଥା କହନ୍ତି ତାଙ୍କ ସାଥୀ ସାମ୍ବାଦିକ ମାନେ । ବିଶେଷ କରି ପୁରପଲ୍ଲୀର ଖବର ସଂଗ୍ରହ ସହିତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ସମସ୍ଯା ଭିତ୍ତିକ ଖବର ଲୋକଲୋଚନକୁ ଆଣିପାରୁଥିଲେ । ଯଦିଓ ଯୁବା ବୟସରେ ତାଙ୍କର ଅକାଳ ବିୟୋଗ ଖବର ପ୍ରସାରଣ ଜଗତ ପାଇଁ ଅପୂରଣୀୟ କ୍ଷତି ଅଟେ ତେବେ ସାମ୍ବାଦିକ ମାନଙ୍କ ପାଇଁ ସେ ଉତ୍ସାହର ପ୍ରେରଣା ଓ ଉଦାହରଣ ଅଟନ୍ତି ବୋଲି ସାଥୀ ସାମ୍ବାଦିକ ବନ୍ଧୁ ମାନେ ପ୍ରକାଶ କରନ୍ତି । ପ୍ରତ୍ୟେକ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ସ୍ମୃତିଚାରଣ ନିମନ୍ତେ ଏହି ଦିନକୁ ରକ୍ତଦାନ ଶିବିର ମାଧ୍ୟମରେ ଉତ୍ସର୍ଗୀକୃତ କରିବଯାଉଅଛି । ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିବା ବେଳେ ଅନ୍ତିମ ସମୟରେ ଜି ଟିଭି ଓଡ଼ିଆର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।ଏହି ରକ୍ତଦାନ ଶିବିରରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଓ ଟାମଡ଼ାର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ପୌରାଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କ ଉତ୍ସାହିତ କରିଥିଲେ । ଏହି ଶିବିରକୁ ସାମାଜିକ କର୍ମୀ ପର୍ଶୁରାମ ଦାସ , ପ୍ରତାପ ମହାପାତ୍ର , ମହେଶ ଭୋମରାଜ , ବ୍ରହ୍ମଜ୍ୟୋତି ମିଶ୍ର , ଅଦ୍ୟଶ୍ଳୋକ ମିଶ୍ର , ବରିଷ୍ଠ ଓକିଲ ଭୁପେଶ ପ୍ରଧାନ ,ସାମ୍ବାଦିକ ଜୟନ୍ତ କର , ସୌମ୍ୟ ରଞ୍ଜନ ଦାଶ , ଅମିତ ସାମଲ , ଲିଟୁନ ସାହୁ , ଦେବ ରଞ୍ଜନ ସାମଲ , ସୁଶାନ୍ତ ସେଠୀ , ସରିତା ମିଶ୍ର , ସମରେଶ ନାଥ ଆଦି ସହଯୋଗ କରିଥିଲେ । Advertisement
ରାଷ୍ଟ୍ରୀୟ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଆସନ୍ତା ୨ ତାରିଖ ଚୈତ୍ରଶୁକ୍ଳ ପ୍ରତିପଦା ଦିନ ଭାରତୀୟ(ରାଷ୍ଟ୍ରୀୟ)ନବବର୍ଷ ପାଳିବାକୁ ଯାଉଛି । ପୂର୍ବାହ୍ନ ୫ ଘଟିକା…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …
ବରିଷ୍ଠ ନାଗରିକଙ୍କ ନିମନ୍ତେ ସ୍ଵସ୍ତି ଏକ୍ସପ୍ରେସ ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ)ର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ…