ମୁଖ୍ୟ ଖବର ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ Angul OnlineJuly 24, 2021July 24, 2021 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ସୁନା ଠାକୁର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସୁନା ଗତ କାଲି ଠାରୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ଗାଁ ନିକଟସ୍ଥ ନାଳରେ ଭାସୁ ଥିବାର ଦେଖା ଯାଇଥିଲା । ପରିବାର ଲୋକ ତାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
କୋଇଲା ଚୋରି ବେଳେ ଜଳିଯାଇ ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଟ୍ରେନରୁ କୋଇଲା ଚୋରି କରି ନେଉଥିବା ବେଳେ ଜଣେ ବ୍ୟକ୍ତି ବିଦ୍ୟୁତ…
ବଡ ଧରଣର ଗୋରୁ ଚାଲାଣ ରାକେଟ ଠାବ – ୧୩ ଗାଡି ଜବତ , ୩୧ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ଦେଇ ବେଆଇନ୍ ଗୋରୁ ଚାଲାଣ ସମୟରେ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ପୁଲିସ ଚଢ଼ାଉ କରି ଏକ…
ଭୟାବହ ଅଗ୍ନିକାଣ୍ଡ – ଜଳିଗଲା ୪୦ ବଖରା ଘର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଆଜି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡରେ ୪୦ ବଖରା ଘର ଜଳିପୋଡି ପାଉଁଶ ହୋଇ ଯାଇଛି । ସୂଚନା ଅନୁସାରେ…