ଅପରାଧ ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ Angul OnlineJune 15, 2022June 15, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣଙ୍କ ହେଲେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ । ପୁଲିସ କହିବା ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ ପ୍ରଥମେ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ନିକଟରେ ଥିବା ମା ପିତାବଳି ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ୧୨୦୦ ଟଙ୍କା ଚୋରୀ କରିଥିଲା । ଏହା ପରେ ମଳୟ ଭୁବନପୁର ଗ୍ରାମକୁ ଯାଇ ବିଦ୍ୟାଧର ନାଥଙ୍କ ଦୋକାନ ତାଲା ଭାଙ୍ଗି ୨୪୦୦ ଟଙ୍କା ଚୋରୀ କରିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଏ ନେଇ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଲୟାକୁ ଅଟକ ରାଖୀ ପଚରାଉଚୁରା କରିଥିଲା । ସେ ଚୋରୀ କରିଥିବା ମାନିଯିବା ପରେ ପୁଲିସ ଏକ ମାମାଲା ରୁଜୁ କରି ମଳୟକୁ କୋର୍ଟ ଚାଲାଣ କରିଛି । Advertisement
ପାରିବାରିକ କଳହ ଯୋଗୁଁ ନିଜକୁ ଲଗାଇ ଦେଲେ ନିଆଁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶାକସିହାଁ ଗାଁରେ ଆଜି ପାରିବାରିକ କଳହରୁ ଆଜି ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି…
ପାନ ଦୋକାନରୁ ବିପୁଳ ମଦ ଜବତ ଅନୁଗୁଳ – ଅନୁଗୁଳ ସହର ମିଶ୍ରପଡାର ଏକ ପାନ ଦୋକାନରେ ପୁଲିସର ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏହା ସହ ଦୋକାନୀ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଗତ ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗ ମାମଲାର ରାୟ…