ଅପରାଧ ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ Angul OnlineJune 15, 2022June 15, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣଙ୍କ ହେଲେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ । ପୁଲିସ କହିବା ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ ପ୍ରଥମେ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ନିକଟରେ ଥିବା ମା ପିତାବଳି ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ୧୨୦୦ ଟଙ୍କା ଚୋରୀ କରିଥିଲା । ଏହା ପରେ ମଳୟ ଭୁବନପୁର ଗ୍ରାମକୁ ଯାଇ ବିଦ୍ୟାଧର ନାଥଙ୍କ ଦୋକାନ ତାଲା ଭାଙ୍ଗି ୨୪୦୦ ଟଙ୍କା ଚୋରୀ କରିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଏ ନେଇ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଲୟାକୁ ଅଟକ ରାଖୀ ପଚରାଉଚୁରା କରିଥିଲା । ସେ ଚୋରୀ କରିଥିବା ମାନିଯିବା ପରେ ପୁଲିସ ଏକ ମାମାଲା ରୁଜୁ କରି ମଳୟକୁ କୋର୍ଟ ଚାଲାଣ କରିଛି । Advertisement
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
ଚୋରି ଅଭିଯୋଗରେ ୭ ଗିରଫ ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା…
ନିଖୋଜ ଯୁବକଙ୍କ ମୃତ ଦେହ ଗାଡ଼ିଆରୁ ଉଦ୍ଧାର – ହତ୍ୟା ନା ଦୁର୍ଘଟଣା !! ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି ।…