ଅପରାଧ ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ Angul OnlineJune 15, 2022June 15, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣଙ୍କ ହେଲେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ । ପୁଲିସ କହିବା ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ତଳା ଥାନା ଶାରୁଆଳି ଗ୍ରାମର ମଳୟ ଭୋଇ ପ୍ରଥମେ ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ନିକଟରେ ଥିବା ମା ପିତାବଳି ଠାକୁରାଣୀଙ୍କ ହୁଣ୍ଡି ଭାଙ୍ଗି ୧୨୦୦ ଟଙ୍କା ଚୋରୀ କରିଥିଲା । ଏହା ପରେ ମଳୟ ଭୁବନପୁର ଗ୍ରାମକୁ ଯାଇ ବିଦ୍ୟାଧର ନାଥଙ୍କ ଦୋକାନ ତାଲା ଭାଙ୍ଗି ୨୪୦୦ ଟଙ୍କା ଚୋରୀ କରିଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ । ଏ ନେଇ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମଲୟାକୁ ଅଟକ ରାଖୀ ପଚରାଉଚୁରା କରିଥିଲା । ସେ ଚୋରୀ କରିଥିବା ମାନିଯିବା ପରେ ପୁଲିସ ଏକ ମାମାଲା ରୁଜୁ କରି ମଳୟକୁ କୋର୍ଟ ଚାଲାଣ କରିଛି । Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨୦୧୭ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ବୁଧବାର ଦିନ ମାନ୍ୟବର…
ସାମାନ୍ୟ ବଚସାରୁ ପିଟିପିଟି ମାରିଦେଲେ ଅନୁଗୁଳ – ଅନୁଗୁଳ ଜିଲ୍ଳା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।…
ଭେଣ୍ଡିଂ ଜୋନ୍ରେ ନିଶା କାରବାର – ଦମ୍ପତି ଗିରଫ ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି…