ଆଞ୍ଚଳିକ ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା Angul OnlineAugust 15, 2021August 15, 2021 ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ଏହି ଅବସରରେ ଏକ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରିବେଶ ସୁରକ୍ଷା ,ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ବାର୍ତା ଦେଇ ସାମିଲ ହୋଇଥିଲେ ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା ମାନେ । ଏହି ଅବସରରେ ରୋଗୀ କଲ୍ୟାଣ ସମିତି ସୌଜନ୍ୟରେ ଗ୍ରାମରେ ଚା-ଜଳଖିଆ ବିକ୍ରେତାଙ୍କୁ ଡ଼ଷ୍ଟବିନ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଞ୍ଜୟ ପ୍ରଧାନ, ମହାରଣା ,ସନ୍ତୋଷିନୀ ପ୍ରଧାନ,ସୁଜାତା ମହାରଣା, ନରୋତ୍ତମ ମୁଖି,ପପୁ ଗୋଛାୟତ, ସ୍ଥାନୀୟ ଆଶା କର୍ମୀ, ପୂର୍ବତନ ସରପଞ୍ଚ ସନାତନ ସାହୁ ,ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତମ ଗୁଣବତ୍ତା ପାଇଁ ପୁରୁଣାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ତିନି ଥର କାୟାକଳ୍ପ ପୁରସ୍କାର ପାଇ ସାରିଛି । Advertisement
ଗାଡି ଚାଳକଙ୍କ ଖାମଖିଆଲ ଯୋଗୁଁ ଗଳି ପଡ଼ିଲା ଲୁହା ରଡ଼ – ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସହର ଏବେ ବ୍ୟସ୍ତବହୁଳ ସହର ହୋଇ ପଡିଛି । ଏପରି ସ୍ଥଳେ ଗାଡି ମୋଟର ଚାଳକଙ୍କ ଅବହେଳା ପାଇଁ ଅନେକ ଦୁର୍ଘଟଣା ଘଟୁଛି…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…
ଓକିଲ ସଂଘର ନୂତନ କର୍ମକର୍ତା ଚୟନ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଓକିଲ ସଂଘର ନୁତନ କର୍ମକର୍ତା ଚୟନ ହୋଇଯାଇଛି । ଆଇନଜୀବୀ ଲକ୍ଷ୍ମୀଧର ପ୍ରଧାନଙ୍କ ଅଧକ୍ଷତାରେ ସୋମବାର ଛେଣ୍ଡିପଦା ବାର ଆସୋସିଏସନ…