ଆଞ୍ଚଳିକ ସ୍ୱାଧୀନତା ଦିବସରେ ସ୍ୱଚ୍ଛତାର ବାର୍ତା Angul OnlineAugust 15, 2021August 15, 2021 ଅନୁଗୁଳ – ଆଜି ସ୍ୱାଧୀନତା ଦିବସ ଅବସରରେ ସ୍ୱଚ୍ଛତାର ସଚେତନତାର ବାର୍ତା ଦେବାକୁ ଅଣ୍ଟା ଭିଡ଼ିଛି ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର । ଏହି ଅବସରରେ ଏକ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ପରିବେଶ ସୁରକ୍ଷା ,ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ବାର୍ତା ଦେଇ ସାମିଲ ହୋଇଥିଲେ ଗାଁ କଲ୍ୟାଣ ସମିତି ସଭ୍ୟ ସଭ୍ୟା ମାନେ । ଏହି ଅବସରରେ ରୋଗୀ କଲ୍ୟାଣ ସମିତି ସୌଜନ୍ୟରେ ଗ୍ରାମରେ ଚା-ଜଳଖିଆ ବିକ୍ରେତାଙ୍କୁ ଡ଼ଷ୍ଟବିନ ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଞ୍ଜୟ ପ୍ରଧାନ, ମହାରଣା ,ସନ୍ତୋଷିନୀ ପ୍ରଧାନ,ସୁଜାତା ମହାରଣା, ନରୋତ୍ତମ ମୁଖି,ପପୁ ଗୋଛାୟତ, ସ୍ଥାନୀୟ ଆଶା କର୍ମୀ, ପୂର୍ବତନ ସରପଞ୍ଚ ସନାତନ ସାହୁ ,ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତମ ଗୁଣବତ୍ତା ପାଇଁ ପୁରୁଣାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ତିନି ଥର କାୟାକଳ୍ପ ପୁରସ୍କାର ପାଇ ସାରିଛି । Advertisement
ପାରିପାରିକ କଳହର ପରିଣତି – ଯୁବକ କଲେ ଆତ୍ମହତ୍ୟା ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ସିପିପି ଛକ ନିକଟରେ ଥିବା ଜଣେ ସାଇକେଲ ଦୋକାନୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁସାରେ…
ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ପାଳିତ ଅନୁଗୁଳ – ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ଦ୍ଵାରା ପାଳିତ ହୋଇଅଛି…
ସମର୍ପଣ ଏକାଡ଼େମୀର ଶତ ପ୍ରତିଶତ ରେଜଲ୍ଟ ଅନୁଗୁଳ – ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ଶତ ପ୍ରତିଶତ ଫଳ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ…