ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବକ ମୃତ Angul OnlineJune 1, 2021June 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ମୂଷାପାପୁଲି ଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଜୟ କରଙ୍କ ପୁଅ ଅଜୟକାନ୍ତ କର ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅଜୟକାନ୍ତ କର ଆଜି (ମଙ୍ଗଳବାର) ତାଙ୍କ ସାଙ୍ଗ ମାନଙ୍କ ସହିତ ଡେରଜାଙ୍ଗ ଡ୍ୟାମ୍ ନିକଟକୁ ଭୋଜି କରିବାକୁ ଯାଇଥିଲେ । ସେ ହସ ଖୁସିରେ ସାଙ୍ଗ ମାନଙ୍କ ସହ ଭୋଜି ଭାତ ଖାଇ ସାରି ଏକ ମୋଟରସାଇକେଲରେ ଫେରୁଥିଲେ । ସେ ଡେରଜାଙ୍ଗ ଡ୍ୟାମରୁ ଜାତୀୟ ରାଜପଥକୁ ବାହାରିବା ବେଳେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଅଜୟଙ୍କ ଘଟଣା ସ୍ଥଳରେ ମୃତ ହୋଇଥିଲା । ତାଙ୍କ ସହ ମୋଟରସାଇକେଲରେ ବସିଥିବା ବନ୍ଧୁଙ୍କର ସାମାନ୍ୟ ଆହତ ହୋଇଥିବା ମଧ୍ୟ ଜଣା ପଡିଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏସ୍ପିଙ୍କ ନିର୍ଦେଶରେ ୧୮ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି ।…
କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ…
ଲୁଟିନେଲେ ୪ ଲକ୍ଷ ୩୬ ହଜାର ତାଳଚେର – ସାଇବର ଠକଙ୍କ ପଞ୍ଝାରେ ପଡିଗଲେ ତାଳଚେର ଧରମପୁର ଗାଁର ସୁଶାନ୍ତ ସାହୁ । ଓଟିପି ପଠାଇ ଲୁଟି ନେଲେ ନଗଦ ୪ ଲକ୍ଷ ୩୬…