ଆଞ୍ଚଳିକସ୍ୱାସ୍ଥ୍ୟ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା Angul OnlineFebruary 1, 2021February 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏଭଳି ସୁବିଧା ଯୋଗାଇ ଦେବାକୁ ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ ଟ୍ରଷ୍ଟ ଆଗେଇ ଆସିଛି । ଟ୍ରଷ୍ଟ ପକ୍ଷରୁ ରାଜ୍ୟର ପ୍ରଥମ ଡିଜିଟାଲ ସାସ୍ଥ୍ୟକେନ୍ଦ୍ର ରବିବାର ଡେରଜାଙ୍ଗ ଗ୍ରାମରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ବାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମତିରେ ତାଙ୍କ ଜନ୍ମସ୍ଥାନ ବଡ଼କେରଜାଙ୍ଗରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଆଜିଠୁ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ବାରା ଗ୍ରାମାଞ୍ଚଳର ଲୋକେ ଚିକିତ୍ସା ପାଇଁ କଟକ , ଭୁବନେଶ୍ୱର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ଖର୍ଚ୍ଚାନ୍ତ ହେବା ପରିବର୍ତ୍ତେ ନିଜ ଅଞ୍ଚଳରେ ରହି ସ୍ଵାସ୍ଥ୍ୟ ସେବା ପାଇପାରିବେ । ଭିଡିଓ କନ୍ଫରେନ୍ସି ଜରିଆରେ ସହରର ବଡ଼ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ । ରୋଗୀମାନେ ସେଠାରେ ପହଞ୍ଚି ଅନଲାଇନ୍ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରି ବିଭିନ୍ନ ମେସିନ୍ ଦ୍ଵାରା ତୁରନ୍ତ ପରୀକ୍ଷା ମଧ୍ୟ କରିପାରିବେ । ସଂଗୃହୀତ ନମୁନାକୁ ଲ୍ୟାବକୁ ପଠାଯାଇ ସେଠାରୁ ରୋଗୀମାନଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ । ଅତ୍ୟାଧୁନିକ ମେସିନ ସହାୟତାରେ ରୋଗୀଙ୍କ ରକ୍ତ , ମଳ , ମୁତ୍ର , ଇସିଜି , ସୁଗାର ଭଳି ପରୀକ୍ଷା କରିପାରିବେ । ରୋଗୀ ନିଜର ସମସ୍ୟା ସମ୍ପର୍କରେ ଡାକ୍ତରଙ୍କ ସହିତ ସିଧାସଳଖ କିମ୍ବା ଭିଡିଓ କନ୍ଫରେନ୍ସି ଜରିଆରେ କଥା ହୋଇପାରିବେ । ରୋଗୀ ଖୁବ୍ କମ୍ ଫି ’ ଦେଇ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ ଟ୍ରଷ୍ଟ ଓ ଗ୍ରାମ ଉନ୍ନୟନ କମିଟିର ମିଳିତ ସହଯୋଗରେ ଏହି ଯୋଜନା ସଫଳ ହୋଇପାରିଛି । Advertisement
ଢମଣା ଗିଳିଥିବା ବେଳେ ୧୩ ଫୁଟ ଲମ୍ବ ଅହିରାଜ ଉଦ୍ଧାର(ଭିଡିଓ) ଅନୁଗୁଳ – ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ । ଏପରି ଏକ ସାପ ଖାଇବାର ଘଟଣା…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ବଳିଦାନ-ଦିବସ-ପାଳିତ ଅନୁଗୁଳ – ମାହାତ୍ମା ଗାନ୍ଧିଙ୍କର ୭୩ ତମ ବଳିଦାନ ଦିବସ ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ୫.୧୭ ମିନିଟ…