ଆଞ୍ଚଳିକ ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ କରିଥିଲେ । ଜବତ କୋଇଲା ଟ୍ରକ ନମ୍ବର ଓଡି୧୯ଏମ ୦୧୬୪, ଓଡି ୦୪ପି ୩୫୪୯, ଓଡ଼ି ୩୫ଏଫ୍ ୮୨୧୮, ଓଡ଼ି୧୪ ଏକ୍ସ ୦୨୦୧, ଓଡ଼ି୩୫ଏଫ୍ ୮୨୫୨ରୁ ଉଭୟ ୧୦ ହଜାର ୫ଶହ ଟଙ୍କା ଓ ଓଡ଼ି୧୯ଏନ୍ ୮୬୫୨ରୁ ୧୦ହଜାର ଟଙ୍କାର ପାଇନ୍ ଆଦାୟ କରିଥିଲେ । ଠିକ୍ ସେହିପରି ଓଡ଼ି୩୫ଜି ୦୦୨୪ରୁ ୨ହଜାର ୫ଶହ ଓ ଓଡ଼ି୩୫ଏଫ୍ ୮୨୫୨ରୁ ୨ହଜାର ଟଙ୍କା ସର୍ବମୋଟ ୬୭ ହଜାର ଟଙ୍କା ଆଦାୟ ହେଇଥିଲା । କଣିହାଁରୁ ଗୋଡ଼ିବନ୍ଧ ଛକ ଦେଇ ଭାୟା ପିତିରି ରାସ୍ତାରେ ପରିବହନ ଅନୁମତି ଥିବାବେଳେ ସଂପୃକ୍ତ ଟ୍ରକ ଗୁଡ଼ିକ ସମଲ ଦେଇ ଯାଉଥିବାରୁ ଜବତ କରାଯାଇ ତାଳଚେର ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବହନ ଅଧିକାରୀ ଶ୍ରୀ ନିଖିଲ କୁମାର ପଟ୍ଟନାୟକ ସଂପୃକ୍ତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ପରେ ୬୭ ହଜାର ଟଙ୍କାର ଫାଇନ ଆଦାୟ ପରେ ଗାଡ଼ି ଗୁଡ଼ିକୁ ଯିବାକୁ ଅନୁମତି ଦେଇଥିଲେ । Advertisement
ଧାନବିଡା ବୋଝେଇ ଚଳନ୍ତା ମାଲବାହୀ ଅଟୋ ଜଳିଗଲା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଆମ୍ବପାଳ ଗ୍ରାମରେ ଆଜି ଏକ ଚଳନ୍ତା ମାଲବାହୀ ଅଟୋରେ ଅଗ୍ନିକାଣ୍ଡ ଘଟିବା ଫଳରେ ସେଥିରେ ବୋଝେଇ ହୋଇଥିବା…
ଜାମୁକୋଳି ଖାଇବା ଯାଇ ଆଉ ଫେରିଲା ନାହିଁ – ପୋଖରୀରେ ବୁଡି ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦…
ଯୁବ ସାମ୍ବାଦିକ ରଘୁନାଥଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ତଥା ସାହସୀ ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ଚତୁର୍ଥ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି ।…