ଅପରାଧ ଓଟିପି ମାଗି ୨୫ ହଜାର ଲୁଟିନେଲେ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି କେଉଁଠି ସାଇବର ଲୁଟେରା ମାନେ ଟଙ୍କା ଠକି ନେଉଥିବାର ଅଭିଯୋଗ ହେଉଛି । ଗତକାଲି ତାଳଚେର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଠକ ମାନେ ୨୫ ହଜାର ଟଙ୍କା ଲୁଟିଆ ନେଇଥିବା ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଳଚେର ଭରତପୁରର ଏକ କ୍ଵାଟରରେ ରହୁଥିବା କ୍ଷୀରୋଦ ଚନ୍ଦ୍ର ସାହୁ (୫୨) ନାମକ ଜଣେ ବ୍ୟକ୍ତିଙ୍କର ୟୁକୋ ବ୍ୟାଙ୍କରେ ଆକାଉଣ୍ଟ ରହିଛି । ଗତକାଲି ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଅଜଣା ବ୍ୟକ୍ତି ଜଣଙ୍କ ନିଜକୁ ବ୍ୟାଙ୍କର କର୍ମଚାରୀ କହିବା ସହ କ୍ଷୀରୋଦଙ୍କ ନିକଟକୁ ଯାଇଥିବା ଏକ ଓଟିପି ମାଗିଥିଲା । କ୍ଷୀରୋଦ ବ୍ୟାଙ୍କ କର୍ମଚାରୀ ଭାବି ତାଙ୍କୁ ଓଟିପି ଦେଇଦେବାର କିଛି କ୍ଷଣ ପରେ ତାଙ୍କ ଆକାଉଣ୍ଟରୁ ୨୦ ହାଜରା ୨୧୮ ଟଙ୍କା କାଟି ଯାଇଥିଲା । ଏହାର ଆଉ କିଛି ସମୟ ପରେ ପୁଣି ୫ ହଜାର ୫୫ ଟଙ୍କା କଟି ଯାଇଥିବା କ୍ଷୀରୋଦଙ୍କ ମୋବାଇଲକୁ ମେସେଜ ଆସିଥିଲା । ଏହାପରେ କ୍ଷୀରୋଦ ଠକାମିରେ ପଡି ଯାଇଥିବା ଜାଣି ବ୍ୟାଙ୍କରେ ଜଣାଇବା ସହ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ ନମ୍ବର ୧୮୭/୨୨ ରେ ଦଫା ୪୧୯ , ୪୨୦ ଓ ଆଇପିସି ଧାରା ୬୬ ଆଇଟି ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ଚୋରି – ତାଳଚେରରେ ୪ ଚୋରଙ୍କୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ଅଭିଯୋଗ ଆସିଥିବା ବେଳେ ତାଳଚେରରେ ଏକ ଚୋର ଦଳ ଏବଂ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…