ଖେଳ ଓ ଖେଳାଳି ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ Angul OnlineJanuary 31, 2021January 31, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୋଲଡା ଠାରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଥମ ଶିବଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟରେ ଗୋବରା , ଅନୁଗୁଳ ମା ବାସନ୍ତୀ ଦୂର୍ଗା ଭଲିବଲ ଟିମ , ଟାକୁଆ , ପୋଡାପଡା , ବ୍ରାହ୍ମଣବିଲ , ବଲଣ୍ଡା , ପଥରମୁଣ୍ଡା ଓ ଛେଣ୍ଡିପଦା ଟିମ ଅଂଶଗ୍ରହଣ କରିଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ବ୍ରାହ୍ମଣବିଲ ଏବଂ ଟାକୁଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଟାକୁଆ ଟିମ ୩-୧ ରେ ବିଜୟ ହାସଲ କରିଥିଲା । ଉଦଯାପନୀ ଉତ୍ସବରେ ହିଙ୍ଗୁଳା ଖଣିର ଜିଏମ ରେଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିବା ଟାକୁଆର ପିଣ୍ଟୁ ବେଷ୍ଟ ଆଟାକର , ଟିକି ବେଷ୍ଟ ଳିବେରୋ ଓ ବ୍ରାହ୍ମଣବିଲ ଦଳର ସୁନୀଲ ବେଷ୍ଟ ସେଟଅପର ଭାବେ ପୁରସ୍କୃତ କରା ଯାଇଥିଲା । ଶିବଶକ୍ତି କ୍ଲବ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ବେଳେ ବିଜୟ କୁମାର ବାଗ , ସଂବିତ କୁମାର ସାମଲ , ତପନେଶ୍ବର ପ୍ରଧାନ ଓ ଉଦିତ ଗଡନାୟକ ଖେଳ ପରିଚାଳନା କରିଥିଲେ । Advertisement
କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି ଅନୁଗୋଳ – କଳାହାଣ୍ଡି କପ କ୍ରିକେଟ ପାଇଁ ଅନୁଗୋଳ ଜିଲ୍ଲାରୁ ଖେଳାଳି ଚୟନ କରି ଆଜି ପଠା ଯାଇଥିବା ବେଳେ ଚୟନରେ ଅନିୟମିତତା ହୋଇଥିବା କିଛି ଖେଳାଳି…
ଜେଏସପି ଭଲିବଲ୍ ଟୁର୍ନାମେଣ୍ଟ ୨୦୨୩ – ରୟାଲ୍ ଡାଇନାମୋସ୍ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଭଲିବଲ ଟୁର୍ନାମେଣ୍ଟ –…
ତାଳଚେର ଠାରେ ହେବ ଇଣ୍ଡୋର ଷ୍ଟାଡିଅମ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଏକ ନୂତନ ଇଣ୍ଡୋର ଷ୍ଟାଡିଅମ ତିଆରି ହେବ । ଏ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଓ ତାଳଚେର…