ଆଞ୍ଚଳିକ ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ Angul OnlineJanuary 31, 2021January 31, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା ପଞ୍ଚାୟତର ତେବୁଡ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ , ” ଓଡିଶା – ମୋ – ପରିବାର ” ଆନୁକୁଲ୍ୟରେ ଏହି ୧୮ ତମ ରକ୍ତଦାନ ଶିବିର ” ଜିବନ ବିନ୍ଦୁ ” , ଯୁବ ବିଜେଡି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଦେହୁରୀ ଓ ବ୍ଲକ ମିଡିଆ ସଞ୍ଜୋଜକ ପ୍ରତାପ ରୁଦ୍ର ବେହେରାଙ୍କ ତତ୍ତ୍ବାବଧନରେ ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିକୁ ପ୍ରଧାନ , ଯୁବ ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଆଶିଷ ପ୍ରଧାନ , ସରପଞ୍ଚ ଡିଲେଶ୍ବର ସ୍ବାଇଁ , ସମିତିସଭ୍ୟ କାଶିନାଥ ସାହୁ ଯୋଗ ଦେଇଥିଲେ । କରୋନା ସମୟରେ ବିଜୁ ଯୁବ ଜନତା ଦଳ ତରଫରୁ ସମୁଦାୟ ୧୦୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବୀରକୁ ପ୍ରତାପ ରୁଦ୍ର ବେହେରା , ଅକ୍ଷୟ କୁମାର ଦ୍ବିବେଦୀ , ଅନିଲ କୁମାର ସାହୁ , ସୁକନାଥ ବେହେରା , ଧିରେନ ନାୟକ , ରଙ୍ଗିଲା ଭୋଇ , ବିପିନ କୁମାର ବେହେରା , ସଞ୍ଜୟ ଦ୍ବିବେଦୀ ଓ କିଶୋର ବେହେରା ପରିଚାଳନା କରିଥିଲେ । Advertisement
ସ୍କୁଲ ପରିସରରୁ ୬ ଫୁଟର ଅଜଗର ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି । ଓ.ପି…
ଦୁର୍ଘଟଣାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ…
ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅନୁଗୁଳ ଆସିବେ ଅନୁଗୁଳ – ଆଗାମୀ ଅଗଷ୍ଟ କୋଡିଏ ତାରିଖରେ ସର୍ବୋଦୟ ବିଚାରର ଯୁବ ବାହିନୀ ରାଷ୍ଟ୍ରୀୟ ଯୁବ ସଂଗଠନର ପ୍ରାଦେଶିକ କାର୍ଯ୍ୟକାରିଣୀ ଅନୁଗୁଳସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ…