ଆଞ୍ଚଳିକ ଛାତରୁ ପଡି ଜଣେ ମୃତ Angul OnlineSeptember 20, 2024September 20, 2024 ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘର ଛାତ ରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣ ଙ୍କ ଜଗତସିଂହପୁର ଜିଲ୍ଲାର ପ୍ରକାଶ ସ୍ୱାଇଁ । ସୂଚନା ଅନୁସାରେ , ପ୍ରକାଶ ପ୍ରାୟ ଦୁଇ ବର୍ଷ ହେବ ତାଙ୍କ ଜଣେ ବନ୍ଧୁଙ୍କ ସହ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘରେ ରହୁଥିଲେ । ସେ ସ୍ଥାନୀୟ ଏକ କମ୍ପାନୀରେ କାମ କରୁଥିଲେ। ଗତ ରାତିରେ ପ୍ରକାଶ ଏବଂ ତାଙ୍କ ବନ୍ଧୁ ଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ରୁ ଫେରି ଛାତ ଉପରେ ବୁଲୁ ଥିବା ବେଳେ ତଳେ ପଡି ଯାଇଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଟାଉନ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Advertisement
ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ବିତ୍ତ ପରିଚାଳକ (DAM) ସପନ ପାତ୍ରଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ସେ ଗତ…
ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ – ବ୍ଲକ ଆଗରେ କାଠ ଚୁଲ୍ଲାରେ ରୋଷେଇ କଲେ ମହିଳା ଅନୁଗୁଳ – କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି । ଅନୁଗୁଳ…
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…