ଆଞ୍ଚଳିକ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ Angul OnlineSeptember 19, 2024September 19, 2024 ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । ମାରୱାଡ଼ି ଧର୍ମଶାଳା ଠାରେ ଆୟୋଜିତ ଏହି ଶିବିରରେ ରକ୍ତଦାନ ପାଇଁ ଏକକାଳୀନ ୫୦ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଥିଲା । ପ୍ରତିଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ୍,ସମ୍ପାଦକ ନିଳାଞ୍ଚଳ ପ୍ରଧାନଙ୍କ ସମେତ ମୁଖ୍ୟ ସଂଯୋଜକ ବିକ୍ରମ ଅଗ୍ରୱାଲ,ଉପସଭାପତି ଅଶୋକ ମୋଦି,ଶେଖ୍ ରଫିକ୍,ସାଂସ୍କୃତିକ ଅଧ୍ଯକ୍ଷ ଚନ୍ଦ୍ରକାନ୍ତ ଧଳ,ପୀୟୂଷ କାନୁ ମହୁରୀ,ବଜରଙ୍ଗ ଲାଲ ମାନଡୋଠିଆ, ଅତୁଲ ପଂଶାରି ତଥା ପ୍ରତିଷ୍ଠାନର ବହୁ ସଭ୍ୟ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଅନୁଗୁଳର ପ୍ରତି ବାଣିଜ୍ୟ ସଂସ୍ଥାର ସଦସ୍ୟ,ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଆଗ୍ରହର ସହ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ। ଶିବିରରୁ ମୋଟ ୧୦୩୧ ୟୁନିଟ ରକ୍ତ ସଂଗୃହୀତ ହୋଇ ରେକର୍ଡ ସୃଷ୍ଟି କରିଥିଲା । Advertisement
ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ: ବିମଲେନ୍ଦ୍ର ଝା, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଅନୁଗୋଳ – ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ତିଆରି ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି…
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର…