ମୁଖ୍ୟ ଖବର ଲାଞ୍ଚ ନେଇ ଚାକିରୀରୁ ବିଦା ହେଲେ ବରିଷ୍ଠ କିରାଣୀ Angul OnlineSeptember 19, 2024September 19, 2024 ଅନୁଗୁଳ – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏବେ ଚାକିରୀରୁ ବିଦା ହେଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ ତଥା ଏବେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ୟୁନିଟ୍ର ବରିଷ୍ଠ ରାଜସ୍ବ ସହାୟକ ଥିବା ଲମ୍ବୋଦର ବେହେରା ସରକାରୀ ଚାକିରୀରୁ ବିଦା ହୋଇଛନ୍ତି । ୨୦୧୨ ମସିହାରେ ସେ ଛେଣ୍ଡିପଦା ତହସିଲରେ ଚାକିରି କରୁଥିଲା ବେଳେ ଜମି ପଟ୍ଟା ଦେବାକୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ତାଙ୍କ ସହ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ । ଏହି ମାମଲାରେ ଗତ ଜୁଲାଇରେ ତାଙ୍କୁ ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା । ତାଙ୍କୁ ଅଦାଲତ ୨ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ଜରିମାନା କରିଥିଲେ । ଏହା ସହିତ ଲମ୍ବୋଦର ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ସରକାରଙ୍କୁ ଚିଠି କରାଯାଇଥିଲା । ଶେଷରେ ସରକାର ତାଙ୍କ ଉପରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଚାକିରୀରୁ ବିଦା କରିଛନ୍ତି । Advertisement
ମୀନକେତନ ଅମାନ୍ତ ହେଲେ ଟାମଡା ଅଧ୍ୟକ୍ଷ ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ଟାମଡ଼ା) ଅଧ୍ୟକ୍ଷ ଭାବେ ମୀନକେତନ ଅମାନ୍ତ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ…
ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୁତି ବିଭାଗରେ ଅଗ୍ନିକାଣ୍ଡ – ମୁଲ୍ଯବାନ ଯନ୍ତ୍ରାଂଶ ପୋଡି ନଷ୍ଟ ଅନୁଗୋଳ – ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡରେ ଜଳିଗଲା ବହୁ ମୂଲ୍ୟବାନ ଯନ୍ତ୍ରାଂଶ । ସୂଚନା ଅନୁସାରେ ଅନୁଗୋଳ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ଜଣେ ନାବାଳିକାକୁ ୪ ବର୍ଷ ତଳେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍…