ଖେଳ ଓ ଖେଳାଳିମୁଖ୍ୟ ଖବର ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ Angul OnlineSeptember 27, 2021September 27, 2021 ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର ଦି କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଗୋଟିଏ ମଞ୍ଚରେ ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦ ଓ ତାଙ୍କ ଗୁରୁ ଶିବ ପ୍ରସାଦ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ସ୍ତରର ପାରାବ୍ୟାଡମିଣ୍ଟନ କ୍ରୀଡ଼ାବିତ ତଥା ନାଲକୋ କର୍ମଚାରୀ ଶିବପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତଥ୍ୟବଧାନ ଓ ଦିଗଦର୍ଶନରେ ଦି କ୍ଲବର ବ୍ୟାଡ଼ମିଣ୍ଟନ କୋର୍ଟରୁ ଟୋକିଓ ଯାତ୍ରା ପ୍ରମୋଦ ଭଗତଙ୍କର ଯାତ୍ରା ସଫଳ ହୋଇଛି ।” ଏଠାରେ ତାଙ୍କୁ ସୁଯୋଗ ନ ମିଳିଥିଲେ ଆଜି ଅଲମ୍ପିକରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ହୋଇ ପାରି ନଥାନ୍ତା “। ନାଲକୋ ନଗରର ଦି କ୍ଲବରୁ ୨୦୦୫ ମସିହାରୁ ଖେଳ ଆରମ୍ଭ କରିଥିବା ବେଳେ ଏହିଠାରୁ ହିଁ ଟୋକିଓ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ଭାବ ବିଭୋଳ ହୋଇ ବିଶ୍ଵର ଏକ ନମ୍ବର ପାରା ବ୍ୟାଡମିଣ୍ଟନ କ୍ରୀଡ଼ାବିତ ପ୍ରମୋଦ ପ୍ରକାଶ କରିଥିଲେ । ଗୁରୁ ଦ୍ରୋଣାଚାର୍ଯ୍ୟ ଭଳି ଶିବ ପ୍ରସାଦ ଦାସଙ୍କ ଆର୍ଥିକ ଓ ମାନସିକ ସପୋର୍ଟ ଯୋଗୁଁ ଆଜି ସେ ଏହି ସଫଳତା ପାଇ ପାରିଛନ୍ତି । ଆଜି ପାଇଥିବା ସଫଳତା ପାଇଁ ସେ ପ୍ରଥମେ ତାଙ୍କ ପରିବାର , ଗୁରୁ ଶିବ ପ୍ରସାଦ ଏବଂ ଓଡିଶାବାସୀଙ୍କୁ ସେ ଦେବା ସହ ଆଗକୁ ଆହୁରି ସଫଳତା ହାସଲ କରିବେ ବୋଲି କହିଥିଲେ । ଏବେ ଖେଳରେ ଅନେକ ସୁଯୋଗ ରହିଛି , ଆଉ କଠିନ ପରିଶ୍ରମ କଲେ ସଫଳତା ଦିନେ ପାଦ ଛୁଇଁବ ବୋଲି ପ୍ରମୋଦ ଭଗତ କହିବା ସହ ଯୁବପିଢି ପାଠ ସହିତ ଖେଳପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିବା ଅବଶ୍ୟକ ବୋଲି କହିଥିଲେ । ଆଜି ନାଲକୋ ଠାରେ ପ୍ରମୋଦଙ୍କର ଏକ ରୋଡ ସୋରେ ସମଗ୍ର ଟାଉନସିପ ବୁଲିବା ପରେ ଦି କ୍ଲବ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ନାଲକୋ ନିର୍ବାହି ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ,ଜିଜିଏମ ସତ୍ୟାନନ୍ଦ ସାହୁ ପ୍ରମୁଖ ମଞ୍ଚସିନ ହୋଇ ଦେଶ ତଥା ନାଲକୋ କୁ ଗୌର ଆଣି ଦେଇଥିବା ପ୍ରମୋଦ ଭଗତ ଏବଂ ତାଙ୍କ କ୍ରୀଡା ଗୁରୁ ଶିବ ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦି କ୍ଲବର ସମ୍ପାଦକ ମଣି ରଞ୍ଜନ ପଟ୍ଟନାୟକ ସଂଯୋଜନା କରିଥିଲେ । Advertisement
ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି ।…
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…