ମୁଖ୍ୟ ଖବର ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ Angul OnlineSeptember 28, 2021September 28, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର ଘରୁ ମାଟି ଦବିଥିଲା । ପ୍ରାୟ ୨ ଫୁଟରେ ୨ ଫୁଟ ଚଉଡାର ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା । ଆଜି ପିତାମ୍ବର ଠାକୁର ଘରକୁ ପୂଜା କରିବାକୁ ଯାଇଥିବା ବେଳେ ଏଭଳି ମାଟି ଦବି ଥିବାର ସେ ଦେଖି ଡରି ଯାଇଥିଲେ । ଏପରିକି ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ କୌଣସି ବଡ଼ ଅଘଟଣ ଘଟିବ ଚିନ୍ତା କରି ନିଜେ ରାଜ ମିସ୍ତ୍ରୀ ଡାକି ବାଲି ଫିଲିଙ୍ଗ କରିବା ସହ ସିମେଣ୍ଟ ଚଟାଣ କରି ଦେଇଥିଲେ । ଭୂତଳ କୋଇଲା ଖଣିରୁ କୋଇଲା ନେଇ ଯିବା ପରେ ସଠିକ ଭାବେ ବାଲି ଭର୍ତ୍ତି ହେଉ ନଥିବାରୁ ଏଭଳି ଘଟଣା ତାଳଚେର ଅଞ୍ଚଳରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । Advertisement
ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ ଅନୁଗୁଳ – ଅନୁଗୁଳରୁ ଗଡିଲା ଅକ୍ସିଜେନ ଏକ୍ସପ୍ରେସ । ଆଜି ସକାଳୁ ଅନୁଗୁଳ ନିଶାସ୍ଥିତ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ରୁ ଅକ୍ସିଜେନ ଏକ୍ସପ୍ରେସ ବାହାରି ହରିୟାନା…
ଝିଅକୁ ନ୍ୟାୟ ଦେବା ପାଇଁ ୧୦ କିମି ଚାଲିଚାଲି ଆସି ଏସ୍.ପି. ଅଫିସ ଘେରିଲେ ଶତାଧିକ ମହିଳା ଅନୁଗୁଳ – ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ନାବାଳିକା ନିଖୋଜ ପରେ ନାଳ ଭିତରୁ ମିଳିଲା ମୃତଦେହ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ…