ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ Angul OnlineAugust 15, 2024August 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଦଲାଲଙ୍କ କାର୍ଯ୍ୟ ବଢୁ ଥିବା ଅଭିଯୋଗ ହେଉଛି । କିଛି ଦିନ ହେଲା ଜଣେ ଯୁବକ ପ୍ରସୂତି ବିଭାଗକୁ ଯାଇ ବିଭିନ୍ନ ଲୋକଙ୍କ ସହ କଥା ବାର୍ତ୍ତା ହେଉଥିବା ସୁରକ୍ଷାକର୍ମୀ ଏବଂ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ନଜରରେ ଆସିଥିଲା । ଆଜି ଜଣେ ଯୁବକ ଜଣଙ୍କ ପ୍ରସୂତି ବିଭାଗ ଅଞ୍ଚଳରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ଲିପୁନ ଏବଂ ସୁଶିଲ ଯୁବକ ଜଣଙ୍କୁ ଧରି କଣ ପାଇଁ ଏହି ଅଞ୍ଚଳରେ ବୁଲୁଛ ବୋଲି ପଚାରି ଥିଲେ । ଯୁବକ ଜଣଙ୍କ ସାଙ୍ଗ ଠାରୁ ପଇସା ନେବାକୁ ଅପେକ୍ଷା କରିଛି ବୋଲି କହିଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ପୁଲିସ କୁ ଖବର ଦେବାକୁ କହିବାରୁ ଯୁବକ ଜଣଙ୍କ ଗର୍ଭବତୀ ମହିଳାଙ୍କୁ ଏକ ଘରୋଇ ନର୍ସିଂ ହୋମ୍ କୁ ନେବାପାଇଁ ପ୍ରବର୍ତ୍ତାଉ ଥିବା କଥା ମାନି ଯାଇଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ଯୁବକଙ୍କୁ ଚିକିତ୍ସାଳୟ ଫାଣ୍ଡି ଜିମାରେ ଦେଇଥିଲେ। ଯୁବକ ଜଣଙ୍କ ଟାଉନ୍ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ଅଞ୍ଚଳର ବୋଲି ଜଣା ପଡିଛି । Advertisement
ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ…
ଗୋଟିଏ ଦିନରେ କରୋନା ନେଲା ୫ ଜୀବନ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଆଜି ଏହି ଅଦୃଶ୍ୟ ଭୂତାଣୁ ୫ ଜଣଙ୍କ ଜୀବନ ନେଇଛି…
ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କରିଲା ପୁଲିସ – ଡକାୟତ ଗ୍ୟାଙ୍ଗ ଗିରଫ , ୪ଟି ଦେଶୀ ପିସ୍ତଲ ଜବତ ଅନୁଗୁଳ – ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାକୁ ପୁଲିସ ଜିରୋ ଟୋଲେରାନ୍ସ ମୁଡ ଆଭିମୁଖ୍ୟ ରେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।…