ଆଞ୍ଚଳିକମୁଖ୍ୟ ଖବର ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ Angul OnlineJanuary 5, 2021January 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି ଥରେ ଅଣ୍ଟା ଭିଡ଼ିଛି ସାତକୋଶିଆ ବନବିଭାଗ । ଏଥିପାଇଁ ସୋମବାର ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ଟି ଘଡ଼ିଆଳକୁ କୁମ୍ଭୀର ମାନଙ୍କୁ ନେଇ ସାତକୋଶିଆ ଅଭୟାରଣ୍ୟ ଆଠମଲ୍ଲିକ ବନଖଣ୍ଡ ସୁନାଖଣିଆ ଠାରେ ପହଞ୍ଚିଥିଲେ । ଏହି ୬ଟି ଘଡ଼ିଆଳକୁ ନନ୍ଦନକାନନରୁ ଅଣାଯିବା ବେଳେ ସେମାନଙ୍କ ଲାଞ୍ଜରେ ସ୍ୱତନ୍ତ୍ର ଜିପିଏସ ସାଟେଲାଇଟ ଟ୍ରାନ୍ସମିଟର ଖଞ୍ଜା ଯାଇଥିବା ନନନ୍ଦକାନନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି । ମହାନଦୀର ସୁନାଖଣିଆ ଘାଟରେ ଏହି ୬ଟି କୁମ୍ଭୀରଙ୍କୁ ଛଡ଼ାଯାଇଥିଲା । ଏହି ୬ଟି ଘଡ଼ିଆଳଙ୍କ ମଧ୍ୟରୁ ୩ଟି ଅଣ୍ଡିରା ଓ ୩ଟି ମାଈ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଗୋଟିଏ ମାଈ ଘଡ଼ିଆଳ କୁମ୍ଭୀର ପ୍ରାପ୍ତ ବୟସ୍କ ହୋଇଥିବା ବେଳେ, ଏହା ଏବେ ପ୍ରଜନନକ୍ଷମ ଅଛି । ଅନ୍ୟ ସମସ୍ତ ଘଡ଼ିଆଳଙ୍କ ବୟସ ପ୍ରାୟ ୧୦ରୁ ୧୨ବର୍ଷ ହୋଇଥିବା ସୂଚନା ମିଳିଛି । ସେହିପରି ଏମାନଙ୍କର ଲମ୍ବ ପ୍ରାୟ ଅଢେଇ ମିଟରରୁ ୩ମିଟର ପର୍ଯ୍ୟନ୍ତ ବୋଲି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଗଣ୍ଡରେ ଛଡ଼ାଯାଇଥିବା ମୋଟ ୬ଟି କୁମ୍ଭୀରର ଯତ୍ନ ଓ ପରିଚାଳନା ଦାୟିତ୍ବ ମହାନଦୀ ବନଖଣ୍ଡ ଉପରେ ନ୍ୟସ୍ତ କରାଯାଇଛି । ଏହି କୁମ୍ଭୀର ମାନଙ୍କୁ ଦୈନଦିନ ଗାଇଡ଼ କରିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ସେହିପରି ଏମାନଙ୍କ ଦେହରେ ଲାଗିଥିବା ଟ୍ରାନ୍ସମିଟର ଜରିଆରେ ପ୍ରାୟ ୧ କିଲୋମିଟର ଦୂରରୁ ଏମାନଙ୍କ ଅବସ୍ଥିତି ବନବିଭାଗ ଜାଣିପାରିବ । ପେଟ୍ରୋଲିଂ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଏମାନଙ୍କ ଉପରେ ଧ୍ୟାନ ଦେବା ସହ ଦୈନଦିନ କୁମ୍ଭୀର ମାନଙ୍କ ଗତିବିଧି ଉପରେ ଲକ୍ଷ ରଖିବାକୁ କୁହାଯାଇଛି । Advertisement
ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ…
ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା ଶ୍ରମିକ କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଶ୍ରମିକ କଂଗ୍ରେସ (INTUC)ତରଫରୁ ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ଦାବି…
ଦୁର୍ଘଟଣାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ…