ଆଞ୍ଚଳିକ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ Angul OnlineOctober 24, 2021October 24, 2021 ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବା ସହିତ ସଂଗଠନର ବିଭିନ୍ନ ପଦ ଘୋଷିତ ହୋଇଥିଲା । ସଂଗଠନର ସଭାପତି ଭାବେ ବାପୁଜୀ ପ୍ରଧାନ ଚୟନ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ପିନାକୀ ପ୍ରସାଦ ସିଂ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ସଂରକ୍ଷଣ , ପଶୁ ପକ୍ଷୀ ସେବା , ଶିକ୍ଷା ଓ ସ୍ବାସ୍ଥ ସଚେତନତା ଓ ସେବା , ଅସହାୟଙ୍କୁ ବସ୍ତ୍ର ଦାନ , ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଓ ସ୍ବେଚ୍ଛାକୃତ ରକ୍ତ ଦାନ ସେବା ଆଦି ଜନ କଲ୍ୟାଣ କାର୍ଯ୍ୟ ପ୍ରତି ଗୁରୁତ୍ଵ ଦିଆଯିବ ବୋଲି ସଂଗଠନର ସଭାପତି ସୁଚନା ଦେଇଛନ୍ତି । Advertisement
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଅନୁଗୁଳ – ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରବିବାର ଅମଲାପଡ଼ାର ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…
ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ପାଳିତ ଅନୁଗୁଳ – ଜିନ୍ଦଲ ଗୃପର ପ୍ରତିଷ୍ଠାତା ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୯୧ତମ ଜନ୍ମ ବାର୍ଷିକୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ଦ୍ଵାରା ପାଳିତ ହୋଇଅଛି…