ଆଞ୍ଚଳିକ ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ Angul OnlineOctober 24, 2021October 24, 2021 ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ ବିରୋଧ କରି ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ମିଳିତ ଆନୁକୂଲ୍ୟରେ ଅନୁଗୁଳ ଗାନ୍ଧୀ ପାର୍କରେ ପ୍ରତିବାଦ ଓ ସର୍ବଧର୍ମ ପ୍ରାଥନା ଆୟୋଜିତ ହୋଇଥିଲା । ଆଶ୍ରମର ନବୀକରଣ ପାଇଁ ୧୨୪୬ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି । ବାପୁଙ୍କର ଏହି ସୁପ୍ରସିଦ୍ଧ ଆଶ୍ରମର ସୁପରିଚାଳନା ନିମନ୍ତେ ଗାନ୍ଧୀବାଦୀମାନଙ୍କ ପକ୍ଷରୁ ପାଞ୍ଚଗୋଟି ଟ୍ରଷ୍ଟ ଥିବା ସତ୍ତ୍ୱେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ଟ୍ରଷ୍ଟ ଗଠନ କରା ଯାଇଛି । ମହାତ୍ମା ଗାନ୍ଧୀ ସରଳତା ଓ ସେବାର ଅନନ୍ୟ ପ୍ରତୀକ । ମହାତ୍ମା ଭାରତୀୟମାନଙ୍କ ସେବକ ବୋଲି ନିଜକୁ କହୁଥିଲେ ଓ ସବୁଠୁ ଗରୀବ ଭାରତୀୟ ମାନଙ୍କ ପରି ଚଳିବା ପାଇଁ ଛୋଟ କପଡ଼ା ପିନ୍ଧିବା ଠାରୁ ଆରମ୍ଭ କରି କୁଡ଼ିଆ ଘରେ ରହୁଥିଲେ । ଅପରପକ୍ଷେ ସରକାରମାନେ ଗରୀବ ଭାରତୀୟ ମାନଙ୍କ ଅବସ୍ଥାରେ ଉନ୍ନତି ଆଣିବା ପରିବର୍ତ୍ତେ ଏହି ବିଶ୍ୱମାନବଙ୍କ ଛୋଟ କୁଟୀରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରି ସେଥିରୁ ଅର୍ଥ ଆଦାୟ ପାଇଁ ଯୋଜନା ନିନ୍ଦନୀୟ । ଭାରତରେ ବର୍ତ୍ତମାନ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ୧୨ କୋଟି ବୋଲି ଭାରତ ସରକାରଙ୍କ ରିପୋର୍ଟ କହୁଛି । ସେହିପରି ଭାରତରେ ପ୍ରତିଦିନ ଅଠର କୋଟି ଲୋକ ଭୋକିଲା ଶୋଉଛନ୍ତି । ସରକାର ଦେଶର ଏହି ଅନ୍ତିମ ମଣିଷ ମାନଙ୍କ ଉନ୍ନତି ପାଇଁ ଚିନ୍ତିତ ଥିବା ପରି ଦେଖା ଯାଉନାହିଁ । ଅନ୍ୟ ଦୃଷ୍ଟିରୁ ଦେଖିଲେ ଦେଶର ସ୍ୱାଧୀନତା ଆନ୍ଦୋଳନର ଇତିହାସ, ଭାରତର ଧର୍ମ ନିରପେକ୍ଷତା ଆଦିକୁ ନଷ୍ଟ କରିଦେବା ଲାଗି ଏହି ସରକାରଙ୍କ ପ୍ରୟାସ ବାବଦରେ କାହାକୁ ଅଛପା ନାହିଁ । ଆଜିର ଏହି ପ୍ରତିବାଦ ସଭାରେ ବାଜି ରାଉତ ଛାତ୍ରାବାସର ସଭାପତି କୃଷ୍ଣା ମହାନ୍ତି , ଉତ୍କଳ ନବଜୀବନ ମଣ୍ଡଳର ସମ୍ପାଦକ ମୁରଲିଧର ମୂଲିଆ , ରାଷ୍ଟ୍ରୀୟ ଯୁବା ସଂଗଠନ ସୂର୍ଯ୍ୟନାରାୟଣ ନାଥ , ଅଦ୍ୟାଶ୍ଲୋକ ମିଶ୍ର , ଇଂ ଧନେଶ୍ୱର ସାହୁ , ଆଇନଜୀବୀ ଦିଲୀପ ଦାସ , ଭାବଗ୍ରାହୀ ନାୟକ , କୈଳାସ ସାହୁ , ଅଜୟ ସାହୁ , ରଞ୍ଜିତ ଦେହୁରୀ , ରଶ୍ମୀରଞ୍ଜନ ସାହୁ , ଲିପିକା ମହାପାତ୍ର , ମାମାଲି ଗଡ଼ନାୟକ , ଅନିରୋଧ ନାୟକ ଆଦି ସବୁ ଉପସ୍ଥିତ ଥିଲେ । Advertisement
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…
କଲେଜ ଅଧ୍ୟକ୍ଷଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ରଞ୍ଜନ ପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଯେ ଆଲୋକ ରଞ୍ଜନ ପାତ୍ର ଯୁକ୍ତ…