ସୁଭଦ୍ରା କୋଇଲା ଖଣି ପକ୍ଷରୁ ବାୟୋ ଚୁଲାର ସଚେତନତା ସହିତ ବଣ୍ଟନ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ ର ସୁଭଦ୍ରା କୋଇଲା ଖଣି ଲିମିଟେଡ୍ ଦ୍ଵାରା ପ୍ରୋଜେକ୍ଟ ସବୁଜ ଶିଖା ଅନ୍ତର୍ଗତ , କଙ୍କରେଇ ଗ୍ରାମ ପଞ୍ଚାୟତରେ ଧୂମହୀନ ବାୟୋ ଚୁଲାର ସଚେତନତା ସହିତ ବଣ୍ଟନ କରାଯାଇଛି । ୧୩୦ ଜଣ ସାମାଜିକ ଭାବରେ ଦୁର୍ବଳ ମହିଳାଙ୍କୁ ଧୂମହୀନ ବାୟୋ ଚୁଲାର ସଚେତନତା ସହିତ ବଣ୍ଟନ ସମାରୋହ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୁଭଦ୍ରା କୋଇଲା ଖଣି ଲିମିଟେଡର ଅପରେସନ୍ ହେଡ୍- ସୁରଜିତ ଶର୍ମା, ମାନବ ସମ୍ବଳ ମୁଖ୍ୟ- ସମୀର ମଲ୍ଲିକ୍, ଅର୍ଥ ମୁଖ୍ୟ- ଶିବ ପ୍ରସାଦ ସାହୁ କଙ୍କରେଇ – ସରପଞ୍ଚ- ପ୍ରତାପ ସାହୁ , ସମିତି ସଭ୍ୟା- ସିଲି ସାହୁ, ଗ୍ରାମ ପରିଚାଳନା କମିଟି ସମ୍ପାଦକ, କଙ୍କରେଇ, କର୍ପୋରେଟ ସାମାଜିକ ଦାୟିତ୍ଵ ପରିଚାଳକ ଦୀପ୍ତି ମିଶ୍ର ଏଵଂ ସୁଭଦ୍ରା କୋଇଲା ଖଣିର ଅନ୍ୟାନ୍ୟ ବରିଷ୍ଟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରାମ ମହିଳା ନେତୃବୃନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପରିବାରରେ ବାୟୁ ପ୍ରଦୂଷଣ ହ୍ରାସ କରିବା, ଧୂଆଁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ଆଣିବା, ଇନ୍ଧନ ଦକ୍ଷତା ବୃଦ୍ଧି କରି ଜଙ୍ଗଲ ସଂରକ୍ଷଣ କରିବା, ମହିଳା ମାନଙ୍କର ପରିଶ୍ରମ ହ୍ରାସ କରିବା ଏବଂ ସ୍ଥାୟୀ ପରିବେଶ ଗଠନରେ ଯୋଗଦାନ ଦେବା।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page