ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ଏଗାରଟାରେ ଦନ୍ତା ହାତୀ ଆସି ପ୍ରାଭାକର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଘର ଅଜବେଷ୍ଟସ ଛପର ଭାଙ୍ଗି ବସ୍ତାରେ ଥିବା ଧାନ ଖାଇବା ସହିତ ଟେବୁଲ ଓ ସାଇକେଲ ଭାଙ୍ଗି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ଏହା ସହ ତାଙ୍କ ବାଡ଼ିରେ ଥିବା ପନିପରିବା ଖାଇବା ସହ ଦନ୍ତା ସେସବୁକୁ ଦଳିଚକଟି ନଷ୍ଟ କରିଦେଇଛି । ପ୍ରାୟ ତିନି ଘଣ୍ଟା ଧରି ହାତୀ ଉପଦ୍ରବ ଚଳେଇଥିଲା । ପରେ ଏହି ଦନ୍ତା ହାତୀକୁ ଘଉଡ଼େଇବା ପାଇଁ ସ୍ଥାନୀୟ ଲୋକେ ନିଆଁ ହୁଳା ଦେଖାଇବା ସହ  ବାଣ ଫୁଟେଇ ଥି‌ଲେ । ଦନ୍ତାଟି ପରେ ପାଖ ଜଙ୍ଗଲକୁ ଚ‌ାଲି ଯାଇଥିଲା । ତେବେ ବାରମଞ୍ଚା ଗାଁ ଭିତରକୁ ହାତୀ ଆସି ଏଭଳି ଉତ୍ପାତ କରିବା ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page