ଅପରାଧଆଞ୍ଚଳିକ ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ Angul OnlineJanuary 17, 2021January 17, 2021 ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର କରିଛି । ଏହି ଚଢାଉ ବେଳେ ୫ରୁ ୬ ଜଣ ଗୋରୁ ଚାଲାଣକାରୀ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଗଡିଆ ଅଞ୍ଚଳ ଦେଇ କିଛି ଦିନ ହେବ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ଏହି ଖବର ପାଇ ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଚାଲାଣକାରୀ ମାନେ ଶତାଧିକ ଗୋରୁଙ୍କୁ ଚଲାଇ ଚଲାଇ ନେଉଥିବା ବେଳେ ପୋଲିସ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲା । ପୋଲିସର ଏହି ଚଢାଉ ବେଳେ ଚାଲାଣକାରୀମାନେ ଦଉଡି ପଳେଇ ଯାଇଥିଲେ । ପୋଲିସ ଉଦ୍ଧାର ଗୋରୁଙ୍କୁ ନୂଆଗାଁ ସିମାନ୍ତରେ ଥିବା ଗୋଶାଳାରେ ରଖିବା ପାଇଁ ବ୍ୟବସ୍ଥା କରାଇବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି ବୋଲି ପୋଲିସ ସୂଚନା ଦେଇଛି । Advertisement
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
କୁରକୁରେ ଆଳରେ ୫ ବର୍ଷ ନାବାଳିକା ସହ ଦୁଷ୍କର୍ମ କଲା ସମ୍ପର୍କୀୟ କକା ପାଲଲହଡା – ଅନୁଗୁଳ ଜିଲା ପାଲଲହଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷ ର ନାବାଳିକାକୁ ନିଜ ସମ୍ପର୍କୀୟ କକା ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି…
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ ଅନୁଗୁଳ – ବାହାଘରର ଅଲ୍ପ କେତେଦିନ ହୋଇଛି , ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ । ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା…