ଅପରାଧ ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ Angul OnlineJune 23, 2022June 23, 2022 ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇ ଥିଲା । ଶେଷରେ ଆଜି ଅନୁଗୁଳ ପୁଲିସ ୨ ଜଣ ଚନ୍ଦନକାଠ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡିଆଇଜିଙ୍କ ସରକାରୀ ବାସଭବନରେ ଚନ୍ଦନ ଗଛ ଚୋରୀ ଉଦ୍ୟମ ପରେ ପୁଲିସ ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇରେ ଥିବା ଜାଜାବର ବସ୍ତିରେ ଚଢ଼ାଉକରିଥିଲା । ଚଢାଉ ବେଳେ ସେଠାରୁ ସେଠାରୁ ୧୧ ଖଣ୍ଡ ଚନ୍ଦନ କାଠ ଜବତ ହୋଇଥିଲା । ଚନ୍ଦନ ଗଛ ଚୋରୀ ଅଭିଯୋଗରେ ପୁଲିସ ସହ ଭିଡ଼େ ପାର୍ଦ୍ଧୀ ଓ ଶେଖର ପାର୍ଦ୍ଧୀକୁ ଗିରଫ କରିଥିଲା । ଏହା ସହ ସେମାନଙ୍କ ନିକଟରୁ ତିନୋଟି ମୋଟରସାଇକେଲ ମଧ୍ୟ ଜବତ କରା ଯାଇଛି । ସେମାନଙ୍କ ସହ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ଜଣା ପଡିଛି । Advertisement
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
ବିପୁଳ ପରିମାଣର ଚୋରା ସ୍କ୍ରାପ ଜବତ – ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଛେଣ୍ଡିପଦା-ଜରପଡା ରାସ୍ତାର ଶୁନଭୂଇଁ ନିକଟରୁ ଦୁଇଟି ଚୋରା ସ୍କ୍ରାପ ବୋଝେଇ ଗାଡି ଦୁଇଟିକୁ…
ଶିକ୍ଷକପଡା ଗୁଳିକାଣ୍ଡ ଘଟଣା – ଚାରି ଗିରଫ ଅନୁଗୁଳ – ଗତ ୧୦ ତାରିଖ ବିଳମ୍ବିତ ରାତିରେ ଅନୁଗୁଳ ଶିକ୍ଷକପଡା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ପର୍ଦାଫାଶ କରିଛି ପୁଲିସ । ଘଟଣାରେ ୪ ଜଣଙ୍କୁ…