ଆଞ୍ଚଳିକ ଛଟେଇ ପାଇଁ ପ୍ରତିବାଦ Angul OnlineJanuary 4, 2021January 4, 2021 ଅନୁଗୁଳ – କୋଭିଡ କାର୍ଯ୍ୟରେ ନିୟୋଜିତ ଠିକା ପାରା ମେଡ଼ିକାଲ ଷ୍ଟାପଙ୍କୁ ଚାକିରୀରୁ ଛଟେଇ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ । ଛଟେଇ ହୋଇଥିବା ପାରା ମେଡ଼ିକାଲ ଷ୍ଟାପ ଆଜି ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭା ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଛନ୍ତି। ଏବେ ଚାକରି ଯିବା ପରେ ସେମାନେ କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ନିଜର ଚାକିରୀ ଫେରି ପାଇବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୮ ଜଣ ପାରା ମେଡ଼ିକାଲ ଷ୍ଟାପ ଙ୍କୁ ନିଯୁକ୍ତି ଦିଆଯାଇଥିଲା ।ଗତ ମାସ ୩୧ ତାରିଖରୁ ସେ ମାନଙ୍କୁ ଛଟେଇ କରିଦିଆଯାଇଛି।ଏନେଇ ସେମାନେ ଏକ ଦାବି ପତ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି। Advertisement
ବସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ମାଉସୀ ମା ‘ ମନ୍ଦିର ଛକରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି । କୁଶାସିଙ୍ଗା ଗାଁର କାଠ ମିସ୍ତ୍ରୀ ଭାବେ କାମ…
ସାର ପାଇଁ ଉତ୍ତେଜନା – ଚାଷୀଙ୍କ ମଧ୍ୟରେ ହାତାହାତି ଛେଣ୍ଡିପଦା – ଚାଷୀଙ୍କ ଚିନ୍ତା ପାଲଟିଛି ସାର । ବଜାରରେ ସାର ମିଳୁନଥିବାରୁ ହତାଶ ହେଉଛନ୍ତି ଚାଷୀ । ସମସ୍ୟାର ସମାଧାନ କରୁନି ପ୍ରଶାସନ । ଚଳିତ…
ବଜ୍ରାଘାତରେ ମହିଳା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କସଂମୁଣ୍ତା ଗ୍ରାମରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର…